You are currently viewing ବିଟ କରିବ କେଶକୁ ଘନ ଏବଂ ଚମକଦାର

ବିଟ କରିବ କେଶକୁ ଘନ ଏବଂ ଚମକଦାର

ଲମ୍ବା ଏବଂ ଘନ କେଶ ସମସ୍ତେ ଚାହାଁନ୍ତି । କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ଖରାପ ଲାଇଫଷ୍ଟାଇଲ କାରଣରୁ ଆମ କେଶ କମ୍‌ ବୟସରେ ହିଁ ଝଡିବାକୁ ଲାଗୁଛି। ସେହିପରି କମ୍‌ ବୟସରେ କେଶ ଧଳା ହେଉଥିବା ସମସ୍ୟାକୁ ବି ସାମ୍ନା କରୁଛନ୍ତି ଲୋକେ। ଆଉ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ କେମିକାଲର ବ୍ୟବହାର କରନ୍ତି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ମହଙ୍ଗା କେମିକାଲ ଯୁକ୍ତ ପ୍ରଡକ୍ଟ ଫାଇଦା ବଦଳରେ କେଶକୁ ଆହୁରି ଅଧିକ କ୍ଷତି ପହଁଚାଇଥାଏ। ଏମିତି ପରିସ୍ଥିତିରେ ଆପଣଙ୍କୁ ବହୁତ ମାତ୍ରାରେ ସାହାଯ୍ୟ କରିବ ବିଟ୍‌। ଆପଣ ତ ଜାଣିଥିବେ ବିଟ୍‌ ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ତାସହିତ ଆପଣଙ୍କ କେଶର ଅନେକ ବଡ ବଡ ସମସ୍ୟାକୁ ବି ଦୂର କରିବାରେ ସାହାଯ୍ୟ କରିବ ବିଟ୍‌। ଏହା ସାହାଯ୍ୟରେ ଆପଣ କେଶରୁ ରୂପି ବା ଡ୍ୟାନଡ୍ରଫକୁ ବି ହଟାଇପାରିବେ। ତାହେଲେ ଆସନ୍ତୁ ଜାଣିବା ବିଟର ବ୍ୟବହାର ଆପଣ କେମିତି କରିବେ?

ରୂପି ସମସ୍ୟା ରହିଲେ ଏହା କେଶକୁ ସବୁଠାରୁ ଅଧିକ କ୍ଷତି ପହଁଚାଇଥାଏ। ଡେନଡ୍ରଫ କାରଣରୁ କେଶ ଝଡିବାକୁ ଲାଗିଥାଏ। ଏହାଠାରୁ ମୁକ୍ତି ପାଇବା ପାଇଁ ବିଟ୍‌ ଏବଂ ଲିମ୍ବର ମିଶ୍ରଣ ପ୍ରସ୍ତୁତ କରିପାରିବେ। ସର୍ବପ୍ରଥମେ ଆପଣ ଲିମ୍ବର କିଛି ପତ୍ରକୁ ପାଣିରେ ଫୁଟାଇ ଏହାକୁ ଛାଣି ଏଥିରେ ଲିମ୍ବ ତେଲରର ୮ ରୁ ୧୦ ବୁନ୍ଦା ମିଶାଇ ଦିଅନ୍ତୁ। ଏବେ ଏଥିରେ ବିଟକୁ ମିଶାଇ ୨୦-୨୫ ମିନିଟ୍‌ ରଖନ୍ତୁ। ଏବେ ଏହାକୁ ଛାଣି ଅଲଗା ରଖିଦିଅନ୍ତୁ ଏବଂ ଏହି ପାଣିରେ କେଶକୁ ଧୁଅନ୍ତୁ। ବିଟ୍‌ ଦ୍ୱାରା ଯଦି କେଶର ଗ୍ରୋଥ୍‌ ଚାହୁଁଛନ୍ତି ତାହେଲେ ସବୁଠାରୁ ସରଳ ଏବଂ ସହଜ ଉପାୟ ହେଉଛି ଆପଣ ବିଟ୍‌ ଜୁସ୍‌ ସେବନ କରନ୍ତୁ। ଏହା ଆପଣଙ୍କ ଶରୀରରେ ହିମୋଗ୍ଲୋବିନ ମାତ୍ରାକୁ ବୃଦ୍ଧି କରିବ ତାସହିତ କେଶକୁ ଚମକଦାର ବି ବନାଇବ। ଏହାର ପୋଷଣକୁ ବଢ଼ାଇବା ପାଇଁ ଏଥିରେ ଅଁଳା ଏବଂ ଗାଜରକୁ ବି ମିକ୍ସ କରିପାରିବେ। ଯଦି ଆପଣ ଚାହିଁବେ ତ ଏଥିରେ ୨ ରୁ ୩ ଭୃଷଙ୍ଗ ପତ୍ରକୁ ବିି ମିଶାଇ ପାରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।