କ୍ୟାନ୍‌ସର ଠାରୁ ଦୂରେଇ ରଖିବ ବ୍ରୋକୋଲି


ବ୍ରୋକୋଲି ରୋଷେଇ ପାଇ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନଲ ଗୁଣ ଥିବାରୁ ଏହା କ୍ୟାନସର ରୋଗଠାରୁ ମୁକ୍ତି ଦେଇଥାଏ । ଏହାବ୍ୟତିତ ଏଥିରେ ଜଣେ ବୟସ୍କ ଲୋକଙ୍କ ଆବଶ୍ୟକତା ଅନୁସାରେ ଅନ୍ୟ ପୁଷ୍ଟିକାରକ ଦ୍ରବ୍ୟ ମଧ୍ୟ ମହଜୁଦ ରହିଛି। ବ୍ରୋକୋଲିରେ ଡ୍ରାଇଲଣ୍ଡ୍ରୋଲିଲ ମିଥେନ୍‌ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ କ୍ୟାନସର ରୋଗ ଠାରୁ ଆମକୁ ରକ୍ଷା କରିଥାଏ। ବ୍ରୋକଲିର ପତ୍ରକୁ ମଧ୍ୟ ଖିଆଯାଇଥାଏ। ସେଥିରେ ବିଟାକାରୋଟିନ୍‌ ରହିଥାଏ। ସେଥିପାଇଁ ବ୍ରୋକଲିକୁ ଦୈଦିକ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କଲେ ଏହା ବିଭିନ୍ନ ପ୍ରକାରର ରୋଗୀଠାରୁ ଆମକୁ ଦୂରେଇ ରଖିବ।
ବ୍ରୋକୋଲିକୁ ରେଫ୍ରିଜରେଟରରେ ରଖିଲେ ଏଥିରୁ କିଛି ପରିମାଣରେ ଗ୍ଲୁକୋସିନୋଲେଟ ନଷ୍ଟ ହୋଇଥାଏ। ଏହାକୁ ୩୦ ମିନିଟ ସିଝାଇଲେ ୭୭ ପ୍ରତିଶତ ଗ୍ଲୁକୋସିନୋଲେଟ ନଷ୍ଟ ହୋଇଥାଏ । ତେଣୁ ଏହାକୁ କଞ୍ଚା ସାଲାଡ୍‌ରେ ଖାଇଲେ ଉପକାର ମିଳେ।

Leave A Reply

Your email address will not be published.