ଜାଣନ୍ତୁ କିପରି ଦୂର କରିବେ ଚାଉଳ ଗୁଣ୍ଡରୁ ପୋକ

ରୋଷେଇ ଘରେ ଅନେକ ଦରକାରୀ ଜିନିଷ ମାନ ସହଜରେ ମିଳିଯାଏ । କିନ୍ତୁ ଏହିସବୁ ଜିନିଷ ମଧ୍ୟରେ ଅଟା ବହୁତ ଜଲଦି ଖରାପ ହୋଇଯାଏ। ଅଟାର ବ୍ୟବହାର ଅଧିକ ହେବା ଯୋଗୁଁ ଡବା ମଧ୍ୟ ଅଧିକ ଥର ଖୋଲାହୁଏ। ଅଟାରେ ରୁଟି, ପରଟା, ମିଠା ଇତ୍ୟାଦି ତିଆରି ପାଇଁ ଅଧିକ ଖୋଲାହୁଏ। ଆଉ ଏଥିପାଇଁ ଜଲଦି ଏହିସବୁ ଜିନିଷରେ ପୋକ ଲାଗିବାର ସମ୍ଭାବନା ଅଧିକ ରହିଥାଏ। ଅଧିକାଂଶ ମହିଳା ଏପରି ହୋଇଥାନ୍ତି, ଯେଉଁମାନେ ଗହମ ଅଟା ବଦଳରେ ମଲ୍ଟିଗ୍ରେନ ଅଟା ରଖନ୍ତି। ଅଟା ପରି ଚାଉଳ ଗୁଣ୍ଡ ମଧ୍ୟ ବେଶ ଦରକାରୀ । ମଧ୍ୟ ପୋକ ଲାଗିବାର ସମ୍ଭାବାନା ଅଧିକ ଥାଏ । ପାଣିପାଗ ପରିବର୍ତ୍ତନ ହେବା ଯୋଗୁଁ ଚାଉଳ ଅଟାରେ ପୋକ ଲାଗିବା ସମସ୍ୟା ଦେଖାଦେଇଥାଏ। ଅନେକ ଥର ଅଟାରେ ବହୁତ ଶୀଘ୍ର ପୋକ ଲାଗିଯାଆନ୍ତି। ଆଉ ବେଳେ ବେଳେ ପୋକର ମାତ୍ରା ଏତେ ଅଧିକ ହୋଇଯାଏ ଯେ, କାଢିବା ମୁସ୍କିଲ ହୋଇପଡେ। ତେବେ ଏମିତି କିଛି ଟିପ୍ସ ରହିଛି, ଯାହାକୁ ଆପଣାଇବାଦ୍ୱାରା ଚାଉଳ ଖରାପ ହୁଏନାହିଁ କିମ୍ବା ପୋକ ଲାଗନ୍ତି ନାହିଁ।

ଚାଉଳ ଅଟାରେ ପୋକ ଲାଗିଥିଲେ, ଏହାକୁ ନେଇ ଏକ ଗରମ ସ୍ଥାନରେ ରଖିଦିଅନ୍ତୁ। ଗରମ ବାଜିବା ଦ୍ୱାରା ଚାଉଳ ଗୁଣ୍ଡରୁ ପୋକ ବାହାରିଯାଏ। ନଚେତ ଆପଣ ଖରାରେ ଏହାକୁ ରଖିଦେଇପାରିବେ। ଏହାକୁ ଖରାରେ ରଖିବା ପରେ ଏକ ଜାଲି ସାହାଯ୍ୟରେ ଚଲାଇ ଦେଇ ଡବାକୁ ଭଲ ଭାବେ ସଫା କରି ପୁଣି ଥରେ ଗୁଣ୍ଡକୁ ରଖିପାରିବେ।

ତେବେ ଚାଉଳ ଗୁଣ୍ଡ ରଖୁଥିବା ଡବା ଓଦା କିମ୍ବା ବ୍ୟବହାର କରୁଥିବା ଚାମଚ ଓଦା ଯେପରି ନ ହୋଇଥାଏ। ଓଦା ହେଲେ ଜଲଦି ପୋକ ଲାଗିବାର ସମ୍ଭାବନା ରହିଥାଏ।

ଏହାଛଡା ଲବଙ୍ଗ ମଧ୍ୟ ଡବାରେ ପକାଇପାରିବେ। ଆପଣ ଚାଉଳ ଡବାରେ ନିମ୍ବ ପତ୍ର ପକାଇ ଚାଉଳକୁ ଫ୍ରେଶ ରଖିପାରିବେ।

Leave A Reply

Your email address will not be published.