ଓଜନ କଣ୍ଟ୍ରୋଲ କରେ ଚିନାବାଦାମ

ଥଣ୍ଡା ସମୟରେ ସାଧାରଣତଃ ଲୋକମାନଙ୍କର ଏପରି କିଛି ଖାଇବାକୁ ମନ ହୋଇଥାଏ, ଯାହାଦ୍ବାରା ଶରୀର ଗରମ ହୋଇପାରିବ। କିନ୍ତୁ ଏହା ଆବଶ୍ଯକ ନାହିଁ ଯାହା ଆପଣ ଖାଉଛନ୍ତି ତାହା ଆପଣଙ୍କ ଶରୀରକୁ ଗରମ କରିବା ସହ ସୁସ୍ଥ ମଧ୍ୟ ରଖିବ। ଏହା ମଧ୍ୟରୁ ଆପଣ ଶୀତ ଦିନେ ତ ନିଶ୍ଚୟ ନିଜର ଡାଏଟ୍ ରେ ଚିନାବାଦାମ ସାମିଲ କରୁଥିବେ। ଚିନାବାଦାମରେ ସଠିକ୍ ମାତ୍ରାରେ ପ୍ରୋଟିନ, ଓମେଗା-୩, ଓମେଗା-୬, ଫାଇବର ଏବଂ ଭିଟାମିନ-ଇ ଭଳି ଅନେକ ଜିନିଷ ରହିଥାଏ, ଯାହା ଆମ ଶରୀର ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଶୀତ ଦିନନେ ବାଦାମ ଖାଇଲେ କେଉଁ ଲାଭ ମିଳିଥାଏ ଜାଣନ୍ତୁ।

peanut

-ବାଦାମରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ। ୧୦୦ ଗ୍ରାମ ବାଦାମରେ ପାଖାପାଖି ୨୬ ଗ୍ରାମ ପ୍ରୋଟିନ ରହିଥାଏ, ଯାହା ଆମର ଶାରୀରିକ ବୃଦ୍ଧି ପାଇଁ ଆବଶ୍ଯକ ହୋଇଥାଏ। ଯଦି ଆପଣଙ୍କୁ କୌଣସି କାରଣରୁ କ୍ଷୀର ଭଲ ଲାଗିନଥାଏ ତେବେ ଏହା ବଦଳରେ ଚିନାବାଦାମ ଏକ ଭଲ ବିକଳ୍ପ। ବାଦାମ ଶରୀରରେ ପୋଷକ ତତ୍ତ୍ୱ ପହଞ୍ଚାଇବା ସହ ହୃଦରୋଗ କମ କରିବାରେ ସାହାଯ୍ଯ କରିଥାଏ। ଚିନାବାଦାମରେ ମୋନୋସାଟୁରେଓେଡ ଏବଂ ପୋଲିସାଟୁରେଟେଡ ଫ୍ଯାଟ ରହିଥାଏ, ଯାହା ହୃଦୟ ପାଇଁ ଲାଭକାରୀ ହୋଇଥାଏ। ବାଦାମ ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲକୁ କମ କରିବାରେ ମଧ୍ଯ ସାହାର୍ଯ୍ୟ କରିଥାଏ। ଏଥିସହ ଡାଇବେଟିଜ୍ ରୋଗୀମାନଙ୍କ ପାଇଁ ଚିନାବାଦାମ ଅତିଲାଭକାରୀ ହୋଇଥାଏ। କାରଣ ବାଦାମ ଶରୀରରେ ସୁଗାର ସ୍ତରକୁ ଠିକ୍ ରଖିଥାଏ। ଚିନାବାଦାମରେ ଅତ୍ୟଧିକ ମାତ୍ରାରେ ଫ୍ଯାଟ ରହିଥାଏ କିନ୍ତୁ ଏହା ଆପଣଙ୍କ ଓଜନ କମ କରିବାରେ ମଧ୍ଯ ସାହାଯ୍ଯ କରିଥାଏ। ବାଦାମରେ ଥିବା ପ୍ରୋଟିନ ଏବଂ ଫାଇବର କାରଣରୁ ଓନଜ କମ ହେବାରେ ସାହାଯ୍ଯ ମିଳିଥାଏ। ବାଦାମ ଖାଇବା ଦ୍ବାରା ଶରୀରକୁ ଲୋ-କାର୍ବୋହାଇଡ୍ରେଟ ମିଳିଥାଏ। ଏହିକାରଣରୁ ବାଦାମ ଖାଇବା ଦ୍ବାରା ପେଟ ଭର୍ତ୍ତି ହେବା ଭଳି ଲାଗିଥାଏ ଏବଂ ଅଧିକ ସମୟ ପର୍ଯ୍ଯନ୍ତ ଭୋକ ଲାଗିନଥାଏ। ଏହାବ୍ଯତୀତ ଗର୍ଭବତୀ ମହିଳାମାନଙ୍କ ପାଇଁ ବାଦାମ ଖାଇବା ଲାଭକାରୀ ହୋଇଥାଏ। ଏଥିରେ ଫୋଲେଟ ନାମକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଶରୀରରେ କୋଷିକାଗୁଡିକୁ ବିଭାଜନ କରିବାରେ ସାହାଯ୍ଯ କରିଥାଏ। ଏଥିସହ ଫୋଲେଟ ଗର୍ଭ ଭିତରେ ଶିଶୁକୁ ମସ୍ତିଷ୍କ ସମ୍ବନ୍ଧିୟ ସମସ୍ଯାରୁ ଦୂରରେ ରଖିଥାଏ।

Leave A Reply

Your email address will not be published.