coffee

ଗରମ ଦିନେ ତ୍ୱଚାରେ ଚମକ ଆଣେ କଫି, ଜାଣନ୍ତୁ କିପରି କରିବେ ବ୍ୟବହାର

ପ୍ରତ୍ୟେକଟି ମହିଳା ନିଜ ତ୍ୱଚାକୁ ନେଇ ସର୍ବଦା ସତର୍କ ରହିଥାନ୍ତି। ଏପରିକି ମହିଳାମାନେ ତ୍ୱଚାରେ ଚମକ ଆଣିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ମାତ୍ର କେତୋଟି ଆଇସ କ୍ୟୁବ ବ୍ୟବହାର କରି ଆପଣ ନିଜ ତ୍ୱଚାରେ ଚମକ ଆଣିପାରିବେ । ସେହିଭଳି କଫି ମଧ୍ୟ ଚେହେରା ପାଇଁ ଖୁବ ଲାଭଦାୟୀ ହୋଇଥାଏ । ଆପଣଙ୍କ ତ୍ୱଚାର ଚମକ ଆଣିବା ପାଇଁ ମଧ୍ୟ କଫିର ସାହାଯ୍ୟ ନେଇପାରିବେ। ସ୍କ୍ରବ ଭଳି ଆପଣ ଏହାକୁ ନିଜ ଚେହେରାରେ ଲଗେଇ ପାରିବେ । କଫିରେ ବ୍ଲିଚିଙ୍ଗ ସମେତ ଆଣ୍ଟିଏଜିଙ୍ଗ ପ୍ରପର୍ଟି ମିଳିଥାଏ, ଯାହାକି ବୟସ ପୂର୍ବରୁ ପଡୁଥିବା ଦାଗ, କଳା ଦାଗ ପରି ସମସ୍ୟାକୁ ଦୂର କରିଥାଏ । ଆପଣ ନିୟମିତ ଭାବେ ଏହାକୁ ନିଜ ମୁହଁରେ ଘଷି ପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରି ବ୍ୟବହାର କରିବେ।

ଆବଶ୍ୟକୀୟ ସାମଗ୍ରୀ:

ଅର୍ଗାନିକ କଫି- ୨ ରୁ ୩ ଚାମଚ

ଗରମ ପାଣି- ୨ କପ

ମହୁ- ୧ ଚାମଚ

କିପରି କରିବେ ବ୍ୟବହାର:

– ପ୍ରଥମେ ଗରମ ପାଣିରେ କଫି ଓ ମହୁକୁ ମିଶାଇ ଦିଅନ୍ତୁ ।

– ଏବେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଜ୍ଝ ଥଣ୍ଡା ହେବା ପରେ ଆଇସ ଟ୍ରେ ରେ ଏହି ପାଣିକୁ ରଖି ଫ୍ରିଜରରେ ରଖି ଦିଅନ୍ତୁ ।

– ଏବେ ମୁହଁରେ କଫି ଆଇସ ଲଗେଇବା ପୂର୍ବରୁ ପ୍ରଥମେ ସାଧା ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ ।

– ଏବେ ଆପଣ ଏକ ସଫା କପଡ଼ାରେ ଏହି ବରଫ ଗୁଡିକୁ କାଢି ୪ ରୁ ୫ ମିନିଟ ପର‌୍ୟ୍ୟନ୍ତ ତ୍ୱଚାରେ ମସାଜ କରନ୍ତୁ।

– ମସାଜ କରିବାର ୧୦ ରୁ ୧୫ ପରେ ପୁଣିଥରେ ମୁହଁକୁ ଖାଲି ପାଣିରେ ଧୋଇ ଦିଅନ୍ତୁ।

ଏପରି କରିବା ଦ୍ୱାରା ଆପଣ ନିଜେ ତ୍ୱଚାରେ ଫରକ ଅନୁଭବ କରିପାରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।