You are currently viewing ଭାତ ଖାଇବା ଦ୍ୱାରା  ନିୟନ୍ତ୍ରିତ ହୋଇଥାଏ ମଧୁମେହ !

ଭାତ ଖାଇବା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ମଧୁମେହ !

ମଧୁମେହରୋଗୀ ନିଜ ଖାଦ୍ୟ ପାନୀୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ପୁରା ଦୁନିଆରେ ମଧୁମେହ ରୋଗ ହେବା ଏକ ସାଧାରଣ କଥା ହୋଇଗଲାଣି । ଏହି ରୋଗ ଦୁଇ ପ୍ରକାରର ଅଟେ । ଟାଇପ ୧ ଓ ଟାଇପ ୨ । ଆପଣ ଜାଣିଥିବେ ମଧୁମେହ ରୋଗୀଙ୍କୁ ଭାତ ଖାଇବା ସାଧାରଣତଃ ମନା ହୋଇଥାଏ । କିନ୍ତୁ ଏକ ଅଧ୍ୟୟନରୁ ଜଣାପଡିଛିକି ଭାତ ଖାଇବା ଦ୍ୱାରା ବ୍ଲଡ ଶୃଗାରର ଲେବଲ ବଢିଥାଏ । ଯଦି ମଦୁମେହ ରୋଗୀ ଗରମ ଭାତ ଖାଇବା ବଦଳରେ ଥଣ୍ଡା ଭାତ ଖାଆନ୍ତି ତେବେ ଶୁଗାର ଲେବଲ କଣ୍ଟ୍ରୋଲ ରହିଥାଏ । ପାଞ୍ଜନାନ ୟୁନିଭର୍ସସିଟି ଅଫ ମେଡିକାଲ ସାଇନ୍ସ ଏକ ଅଧ୍ୟୟନରୁ ଏ ବିଷୟରେ ଜାଣିବାକୁ ପାଇଥିଲେ କି ଗରମ ଭାତ ଖାଉଥିବା ଲୋକଙ୍କ ଅପେକ୍ଷା ଥଣ୍ଡା ଭାତ ଖାଉଥିବା ଲୋକଙ୍କ ବ୍ଳଡ ଶୁଗାରର ମାତ୍ରା ସଠିକ ରହିଥିଲା ।

ଏହି ଅଧ୍ୟୟନରୁ ଜଣାପଡିଥିଲା କି ଗରମ ଭାତ ଅପେକ୍ଷା ଥଣ୍ଡା ଭାତରେ ଅଧିକ ପରିମାଣର ରୋସିସ୍ଟେଣ୍ଟ ସ୍ଟାର୍ଚ୍ଚ ଥାଏ । ଏହା ଖାଦ୍ୟକୁ ହଜମ କରାଇବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହି ରୋସିସ୍ଟେଣ୍ଟ ଫାଇବର ପରି ବ୍ଲଡ ଶୁଗାରକୁ ନିୟନ୍ତ୍ରଣ କରି ରଖିଥାଏ । ବିଶେଷଜ୍ଞମାନେ କହିଛନ୍ତି କି ଥଣ୍ଡା ଭାତ କେବଳ ଡାଇବେଟିସ ରୋଗୀଙ୍କ ପାଇଁ ଲାଭକାରୀ ନୁହେଁ ଏହାର ଆହୁରି ଅନେକ ଫାଇଦା ମଧ୍ୟ ଅଛି । ଯେପରିକି ଏହା ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ । ଶରୀରରୁ ଶକ୍ତିକୁ କମ୍ ହେବାରୁ ବଞ୍ଚାଇଥାଏ । ଏବଂ ଓଜନକୁ କମ୍ ହୋରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହାସହ ବ୍ଲଡ ଶୃଗାରର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।