You are currently viewing ଶରୀର ପାଇଁ ହଳଦୀ କେତେ ଅଦରକାରୀ

ଶରୀର ପାଇଁ ହଳଦୀ କେତେ ଅଦରକାରୀ

ହଳଦୀ ହେଉଛି ଏପରି ଏକ ମସଲା ଯାହା ଭାରତର ପ୍ରତିଟି ଘରେ ବହୁତ ସହଜରେ ମିଳିଯାଏ । ଆମେ ଏହାର ଫାଇଦା ବିଷୟରେ ଶୁଣିଛେ । କାରଣ ଏହା ପୁରୁଣା ସମୟରୁ ଆୟୁର୍ବେଦିକ ଔଷଧ ରୂପେ ଜଣାଶୁଣା । ଏହାଛଡା ଏହା ଖାଦ୍ୟରେ ମସଲା ରୂପରେ ବ୍ୟବହାର କରାଯାଏ । ଏହାଛଡା ଏହାକୁ ଉଚ୍ଚ ରାକ୍ତଚାପ ,ରକ୍ତପ୍ରବାହ, ଶରୀରର କୋଶିକା ମାନଙ୍କ ପାଇଁ ମଧ୍ୟ ଏହା ବେଶ ଲାଭ ଦାୟକ ହୋଇଥାଏ । କିନ୍ତୁ ହଳଦୀର କିଛି କ୍ଷତିକାରକ ଗୁଣ ମଧ୍ୟ ଅଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ

ହଳଦୀକୁ ସୀମିତ ମାତ୍ରାରେ ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । କିନ୍ତୁ ଏହାର ଫାଇଦା ବିଷୟରେ ଭାବି ଏହାକୁ ଅଧିକ ସେବନ କରିବା ଦ୍ୱାରା ଏଥିରେ ଥିବା ଆକ୍ଟସାଲେଟର ମାତ୍ରା ଆମ ଶରୀରରେ ପଥର ସୃଷ୍ଟି କରିଥାଏ । ଆମ ଶରୀରରେ କେବେ ପଥରର ଶିକାର ହୋଇଯାଏ ତାହା ଜଣାପଡେ ନାହିଁ । ଏଥିପାଇଁ ସେବନ କରିବା ଆଗରୁ ଏହାର ମାତ୍ରା ଦେଖି ସେବନ କରିବା ଆବଶ୍ୟକ ।
ଆଜିକାଲି ଖାଦ୍ୟପେୟରେ ଆମ ଶରୀରକୁ ସେତିକି ଭିଟାମିନ, ମିନେରାଲ ଓ ଆଇରନ ମିଳିନଥାଏ ଯେତିକି ଶରୀର ପାଇଁ ଆବଶ୍ୟକ ହୋଇଥାଏ । ଯାହଦ୍ୱାରା ଆମେ ରୋଗ କବଳରେ ପଡିଯାଇଥାଉ । ଶରୀରରେ ଆଇରନ କମ୍ ହେବା ଯୋଗୁ ରକ୍ତ ମଧ୍ୟ କମିଥାଏ । କିନ୍ତୁ ହଳଦୀ ଅଧିକ ସେବନ କରିବା ଦ୍ୱାରା ଶରୀରରେ ଥିବା ଆଇରନ ଶୁଖିବାକୁ ଲାଗିଥାଏ । ଯାହାଦ୍ୱାରା ଦୁର୍ବଳ ଲାଗିବା ସହ ଆହୁରି ମଧ୍ୟ ସମସ୍ୟା ବଢିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।