ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନ

ସକାଳ ସମୟରେ ଚା’ ପିଇବାକୁ ବହୁତ ଲୋକ ପସନ୍ଦ କରନ୍ତି । ଏଠାରେ ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ରୁ କରନ୍ତି । କିନ୍ତୁ ମଧୁମେହ ଥିବା ରୋଗୀଙ୍କୁ ସର୍ବଦା ଚା’ ପିିଇବାରୁ ବାରଣ କରାଯାଇଥାଏ । କାରଣ ସବୁବେଳେ ଚା’ ପିଇବା ଦ୍ୱାରା ଶୃଗାର ଲେବଲ ବଢିଥାଏ । ମଧୁମେହ ରୋଗୀ ଚା’ ପିଇବା ଉଚିତ ନୁହେଁ କାରଣ ଏଥିରେ ଚିନି ଥାଏ । । କିନ୍ତୁ ଏବେ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ମଧୁମେହ ଥିବା ରୋଗୀ ଏବେ ଚାହିଁଲେ ଚା’ ପିଇ ପାରିବେ । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀ କେଉଁ ଚା’ ପିଇବା ଆବଶ୍ୟକ ।

ମଧୁମେହ ରୋଗୀ ଚା’ ପିଇବା ପାଇଁ ଏକ ଚାମଚ ମେଥି,ପାନମଧୁରୀ ଏକ ଚାମଚ,ଅଜବାଇନ ର ମଞ୍ଜି, ମହୁ ଓ ଏକ ଗ୍ଲାସ ପାଣି । ଏହି ସବୁ ସାମଗ୍ରୀକୁ ରାତିସାରା ପାଣିରେ ଭିଜାଇଲା ପରେ ସକାଳୁ ଗରମ ପାଣିରେ ସିଝାଇ ଛାଣି ଦିଅନ୍ତୁ । ଲେମ୍ବୁରସ ମହୁ ମିଶାଇ ଗରମ ଗରମ ପିଅନ୍ତୁ । ମଦୁମେହ ରୋଗୀ ମେଥି ଦାନାକୁ ଖାଇଲେ ବହୁତ ଫାଇଦା ହୋଇଥାଏ । ବ୍ଲଡଶୃଗାରକୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ହର୍ମୋନକୁ ମଧ୍ୟ ସନ୍ତ୍‌ୁଳନ କରିବାରେ ସାହାର୍ଯ୍ୟ କରିଥାଏ । ମହୁ ସାଡଧାରଣତଃ ପ୍ରାକୃତିକ ଶୁଗାର ହୋଇଥାଏ । ଚିନି ଠାରୁ ଏହା ଅଧିକ ଫାଇଦାକାରୀ ଅଟେ । ଏଥିପାରଁ ଏହି ଚା’ର ସେବନ କେହି ବି କରିପାରିବେ ।

Leave A Reply

Your email address will not be published.

sixteen + nine =