You are currently viewing ଦିନରେ ୩୦ ମିନିଟରୁ ଅଧିକ ଶୁଅନ୍ତୁ ନାହିଁ

ଦିନରେ ୩୦ ମିନିଟରୁ ଅଧିକ ଶୁଅନ୍ତୁ ନାହିଁ

ହାର୍ଟରୋଗୀମାନଙ୍କୁ ଡାକ୍ତରମାନେ ସାଧାରଣତଃ ଆରାମ କରିବାକୁ ପରାମର୍ଶ ଦେଇଥାନ୍ତି । କେବଳ ସକାଳେ ଓ ସନ୍ଧ୍ୟାରେ ଚାଲିବା ପାଇଁ କୁହାଯାଏ, ଯାହାଦ୍ୱାରା ରକ୍ତ ଚଞ୍ଚାଳନ ଭଲ ରହିବ । ଶୀତ ଦିନେ ଏହା ଅତ୍ୟନ୍ତ ଜରୁରୀ ହୋଇପଡେ ।ଗ୍ରୀଷ୍ମଋତୁରେ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡେ ଏବଂ ଏହି କାରଣରୁ ହୃଦସ୍ପନ୍ଦନ ସାଧାରଣ ଅପେକ୍ଷା ଅଧିକ ତୀବ୍ର ହୋଇଯାଏ । ଏପରି ପରିସ୍ଥିତିରେ ହୃଦଘାତର ଆଶଙ୍କା ବଢ଼ିିଯାଏ । ଏବେ ଏକ ନୂଆ ଚେତାବନୀ ସାମ୍ନାକୁ ଆସିଛି । ଡାକ୍ତରମାନେ କହିଛନ୍ତି ଯେ, ଯଦି ଆପଣ ଦିନରେ କାମ କରିବା ସମୟରେ ୩୦ ମିନିଟରୁ ଅଧିକ ସମୟ ଶୋଇଥା’ନ୍ତି ତେବେ ଏହା ବିପଜ୍ଜନକ ହୋଇପାରେ । ଏହା ଅନିୟମିତ ହୃଦସ୍ପନ୍ଦନ ସୃଷ୍ଟି କରିପାରେ । ଏହାର ଅର୍ଥ ଆପଣଙ୍କୁ ହାର୍ଟ ଆଟାକର ବିପଦ ୫ ଗୁଣା ଅଧିକ ହୋଇଥାଏ । ଡେଲି ମେଲ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ପ୍ରତିଦିନ ୩୦ ମିନିଟର ଶୋଇବା ଅନିୟମିତ ହୃଦସ୍ପନ୍ଦନର ଆଶଙ୍କାକୁ ବଢ଼ାଇଥାଏ । ଦୁନିଆର ୪ କୋଟିରୁ ଅଧିକ ଲୋକ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଲୋକଙ୍କ ତୁଳନାରେ ଏହିପରି ଲୋକଙ୍କରଠାରେ ୫ ଗୁଣ ଅଧିକ ବିପଦ ରହିଥାଏ । ଅନୁସନ୍ଧାନକାରୀମାନେ ୨୦ ହଜାରରୁ ଅଧିକ ଲୋକଙ୍କ ତଥ୍ୟ ବିଶ୍ଳେଷଣ କରିବା ପରେ ଏହି ସିଦ୍ଧାନ୍ତରେ ଆସିଥିଲେ । ଏହି ଲୋକମାନଙ୍କର ହୃଦସ୍ପନ୍ଦନ ଅନିୟମିତ ନୁହେଁ, କିନ୍ତୁ ଏହି ଲୋକଙ୍କୁ ଶୋଇବାକୁ କୁହାଯିବା ମାତ୍ରେ ହଠାତ୍ ହୃଦସ୍ପନ୍ଦନ ବଢ଼ିଯାଇଥିଲା । ଏତେ ଅଧିକ ବଢ଼ିଯାଇଥିଲା କି ଯେକୌଣସି ସମୟରେ ହାର୍ଟ ଫେଲ୍ ହେବାର ସମ୍ଭାବନା ଥିଲା ।
ଅନୁସନ୍ଧାନରେ ଜଡିତ ଲୋକଙ୍କୁ ତିନୋଟି ଦଳରେ ବିଭକ୍ତ କରାଯାଇଥିଲା ।

ପ୍ରଥମେ, ଯିଏ ଦିନରେ ବିଲକୁଲ ଶୋଇନଥାନ୍ତି । ଦ୍ୱିତୀୟରେ, ଯେଉଁମାନେ ନିୟମିତ ଭାବରେ ଦିନକୁ ଅତି କମରେ ୩୦ ମିନିଟ୍ ଶୋଇଥା’ନ୍ତି । ଏବଂ ତୃତୀୟରେ, ଯେଉଁମାନେ ଦିନରେ ୩୦ ମିନିଟରୁ ଅଧିକ ଶୋଇଥାନ୍ତି । ଦିନରେ ବିଲକୁଲ ଶୋଉନଥିବା ବା କମ୍ ଶୋଉଥିବା ଲୋକଙ୍କ ତୁଳନାରେ ଯେଉଁମାନେ ୩୦ ମିନିଟ୍ ବା ଅଧିକ ସମୟ ଶୋଉଥିଲେ, ସେମାନଙ୍କଠାରେ ହାର୍ଟ ଆଟାକ ହେବାର ଆଶଙ୍କା ୫ ଗୁଣା ଅଧିକ ଦେଖାଯାଇଥିଲା । ଅବଶ୍ୟ ଯେଉଁମାନେ କିଛି ମିନିଟ୍ ପାଇଁ ଶୋଇଥା’ନ୍ତି, ସେମାନଙ୍କଠାରେ ଏତେ ଅଧିକ ବିପଦ ଦେଖାଯାଇନଥିଲା ।

ଡାକ୍ତରମାନେ କହିଥିଲେ ଯେ, ଦିନରେ ଶୋଇବାର ସମୟ ୧୫ ରୁ ୩୦ ମିନିଟ୍ ରଖିବା ଉଚିତ୍ । ଅଧା ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଧରି ଶୋଉଥିବା ଲୋକଙ୍କ ତୁଳନାରେ କମ୍ ସମୟ ଶୋଉଥିବା ଲୋକଙ୍କ ଅନିୟମିତ ହୃଦସ୍ପନ୍ଦନ ହେବାର ସମ୍ଭାବନା ୫୬% କମ୍ ବିପଦ ଥିଲା । ସ୍ପେନର ଜୁଆନ୍ ରାମନ୍ ଜିମେନେଜ୍ ୟୁନିଭରସିଟି ହସ୍ପିଟାଲର ଡକ୍ଟର ଡିଆଇଜି-ଗୁଟିରେସ୍ କହିଛନ୍ତି ଯେ ଶୋଇବା ଆମ ହୃଦ୍ରୋଗକୁ କେତେ ଗୁରୁତର ଭାବରେ ପ୍ରଭାବିତ କରୁଛି ତାହା ଅନୁସନ୍ଧାନରୁ ଜଣାପଡିଛି । ଏହା ହେଉଛି ଆମର ପ୍ରଥମ ଅଧ୍ୟୟନ । ଆମେ ସତର୍କ ରହିବା ଉଚିତ୍ ।

ଅନ୍ୟମାନଙ୍କୁ ଜଣାନ୍ତୁ।