You are currently viewing ଗରମ ଦିନରେ କରନ୍ତୁ ଏହି ଉପାୟ ଦୂର ହେଵ ତ୍ୱଚାରୁ ତେଲିଆ ଅଂଶ

ଗରମ ଦିନରେ କରନ୍ତୁ ଏହି ଉପାୟ ଦୂର ହେଵ ତ୍ୱଚାରୁ ତେଲିଆ ଅଂଶ

ଖରା ଦିନ ତେଲିଆତ୍ଵଚା ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଗରମ, ଝାଳ, ବାହାରିବା ଦ୍ଵାରା ତ୍ଵଚା ଅଧିକା ତେଲିଆ ହୋଇଯାଏ । ଯାହାଦ୍ବାରା ଅନେକ ପ୍ରକାରର ସ୍କ୍ରିନ୍ ପ୍ରୋବେଲମ ବାହାରିବା ସହ ଦାଗ ମଧ୍ୟ ଦେଖାଯାଏ । ତେଲିଆ ତ୍ୱଚା ପାଇଁ ଚିନ୍ତିତ ଥିବା ବ୍ୟକ୍ତି ୨ଟି କାମକୁ ନିଜ ସ୍କ୍ରିନ୍ କେଆରରେ ସାମିଲ କରନ୍ତୁ। ତ୍ବଚାରେ ଥିବା ତେଲିଆ ଅଂଶରୁ ମୁକ୍ତି ପାଇବେ । ଆଜିକାଲି ସମସ୍ତେ ଚାହାନ୍ତି ନିଜ ତ୍ବଚା କୁ ସୁନ୍ଦର କରିବା ପାଇଁ ଓ ତ୍ଵଚାରେ ଚମକ ଆଣିବାପାଇଁ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ତେଲିଆ ତ୍ଵଚାରେ ଚମକ ଆସିବ ।

ଏକ୍ସଫୋଲିଟଏସନ : ତେଲିଆ ତ୍ଵଚାରେ ପ୍ରାୟତଃ ମଇଳା ଜମିଯାଇଥାଏ । ଯାହାଦ୍ବାରା ତ୍ଵଚାରେ ବ୍ରଣ ହୋଇଥାଏ । ସେଥିପାଇଁ ଆପଣଙ୍କୁ ସପ୍ତାହକୁ ଥରେ ସ୍କ୍ରବ କରିବା ଦରକାର । କିନ୍ତୁ ଧ୍ୟାନ ରଖିବେ ତେଲିଆ ତ୍ଵଚାରେ ସ୍କ୍ରବ କଲାବେଳେ ସେହି ସ୍କ୍ରବରେ menthol ଓ eucalyptus ଥିବା ଦରକାର ।
ଫେସ୍ ପାକ୍ : ତେଲିଆ ତ୍ଵଚାକୁ ସଠିକ୍ ରଖିବା ପାଇଁ ଫେସପ୍ୟାକର ବ୍ୟବହାର ନିହାତି କରିବା ଆବଶ୍ୟକ । ସପ୍ତାହକୁ ଥରେ ଫେସପ୍ୟାକର ବ୍ୟବହାର କରିବାଦ୍ୱାରା ତ୍ଵଚା ଶୀଘ୍ର ଦୁର୍ବଳ ହୋଇନଥାଏ । ଆପଣ ଚାହିଁଲେ ମୁଲତାନୀ ମାଟିର ଫେସପ୍ୟାକ,ବେସନ ହଳଦୀର ଫେସ୍ ପ୍ୟାକ, ଆଦି ବ୍ୟବହାର କରିପାରିବେ । ଏହା ଦ୍ବାରା ତ୍ୱଚ଼ା ଜଲଦି ତେଲିଆ ହୋଇନଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।