ରାତ୍ରି ଭୋଜନରେ କରନ୍ତୁ ପରିବର୍ତ୍ତନ କମ୍ ହେବ ଓଜନ

ଶରୀରରେ ଜମିଯାଉଥିବା ଚର୍ବି କାରଣରୁ ଲୋକଙ୍କୁ ଅନେକ ଥର ଲଜ୍ଜିତ ହେବାକୁ ପଡିଥାଏ । ଏହାଳ କେବଳ ଆପଣଙ୍କ ଫିଟନେସ ଉପରେ ପ୍ରଭାବ ପକାଇନଥାଏ । ଏହା ଆପଣଙ୍କ ଲୁକ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହାପାଇଁ ଲୋକେ ଅନେକ ପ୍ରକାରର ଡାଏଟ ଚାଟକୁ ଫଲୋ କରନ୍ତି । ସବୁପରେ ମଧ୍ୟ ଶରୀରରେ କୌଣସି ପରିବର୍ତ୍ତନ ଦେଖାଯାଏ ନାହିଁ । ଏହି ମୋଟାପଣ ଅନେକ ରୋଗର ମଧ୍ୟ କାରଣ ହୋଇଥାଏ । ଏଥିପାଇଁ ଶରୀରରୁ ଏହି ଚର୍ବିକୁ କମ୍ କରିବା ଆବଶ୍ୟକ । ଯଦି ଆପଣ ଶରୀରରୁ ଏହି ମୋଟାପଣକୁ କମ୍ କରିବାକୁ ଚାହୁଁଚନ୍ତି ତେବେ ଆପଣ ରାତିରେ ଖାଇବା ସମୟରେ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ଆପଣ କିଭଳି ଭାବେ ଆପଣଙ୍କ ମୋଟାପଣକୁ କମ୍ କରିପାରିବେ ।

ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ଚେଷ୍ଟା କରିବା ଆବଶ୍ୟକକି ରାତ୍ରିର ଖାଦ୍ୟ ଆପଣଙ୍‌କୁ ବହୁତ ଜଲଦି ଖାଇବା ଆବଶ୍ୟକ । କାରଣ ରାତିରେ ଖାଦ୍ୟ ହଜମ ହେବାରେ ବହଚତ କଷ୍‌ଯ ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଓଜନ ନବଢୁ ତେବେ ଧ୍ୟାନ ରଖିବେ ଆପଣ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିର ଭୋଜନ ଖାଇବା ଆବଶ୍ୟକ । ରାତ୍ରିଖାଇବାରେ ମିଲେଟ ଦୋସା, ମିଲେଟ ପୁଲାବ ଆଦିଖାିଇବା ଆବଶ୍ୟକ । ଏହା ଖାଦ୍ୟକୁ ହଜମ କରାଇବାରେ ସାହାର୍ଯ୍ୟ କରେ । ଏତିକି ନୁହେଁ ଏହାର ସେବନ କରିବା ଦ୍ୱାରା ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ମିଳିଥାଏ । ଏହା ଖାଇବା ଦ୍ୱାରା ଆପଣଙ୍କୁ ଲମ୍ବା ସମୟ ଯାଏଁ ଭୋକ ଲାଗିନଥାଏ । ସଂଧ୍ୟା ସମୟରେ ଅଧିକ ଖାଦ୍ୟ ଖାିଇବା ଆବଶ୍ୟକ ଯାହାଦ୍ୱାରା ପେଟପୁରିଲା ପାରି ରହିଥାଏ । ଫଳରେ ରାତିରେ ଅଳ୍ପ ଖାଇବାକୁ ପଡିଥାଏ । ଯାହାଦ୍ୱାରା ଓଜନ ବଢିନଥାଏ ।

Leave A Reply

Your email address will not be published.

4 × 4 =