You are currently viewing ଆମ୍ବ ଖାଇବା ପୂର୍ବରୁ କରନ୍ତୁ ଏହି ଉପାୟ ଶରୀରକୁ ରୋଗ ଠାରୁ ରକ୍ଷା କରନ୍ତୁ

ଆମ୍ବ ଖାଇବା ପୂର୍ବରୁ କରନ୍ତୁ ଏହି ଉପାୟ ଶରୀରକୁ ରୋଗ ଠାରୁ ରକ୍ଷା କରନ୍ତୁ

କିଛି ଲୋକଙ୍କୁ ଖରାଦିନ ପସନ୍ଦ ହୋଇନଥାଏ । କାରଣ ବଢୁଥିବା ତାପମାତ୍ରା ଯୋଗୁ ବଞ୍ଚିବା କଷ୍ଟକର ହୋଇଥାଏ । କିନ୍ତୁ ଏପରିକିଛି ସୌକିନ ମଣିଷ ଅଛନ୍ତି ଯିଏ ଏହି ଋତୁକୁ ଅପେକ୍ଷା କରିବସିଥାଆନ୍ତି । କାରଣ ଏହି ଦିନେ ଏମାନେ -ଆମ୍ବ ଖାଇବାର ମଜାଉଠାଇ ପାରିବେ । କିନ୍ତୁ ଆମ୍ବ ଖାଇବାରେ ସାବଧାନତା ମଧ୍ୟ ଅବଲମ୍ବନ କରିବା ଆବଶ୍ୟକ । ନହେଲେ ଫାଇଦା ଯାଗାରେ କ୍ଷତି ହୋଇଥାଏ । ଆମ୍ବକୁ ସାଧାରଣତଃ ଅନେକ ଉପାୟରେ ଖାଇଥାଆନ୍ତି । ଏହାଛଡା ଆମ୍ବ ଶେକ୍ , ଆମ୍ବ ପାମ୍ପଡ, ମ୍ୟାଙ୍ଗୋ କ୍ୟାଣ୍ଡି ମଧ୍ୟ ବହୁତ ପସନ୍ଦ କରିଥାଆନ୍ତି । ଯଦି ଆପଣ ଆମ୍ବକୁ ସିଧା ଖାଉଛନ୍ତି ତେବେ ସାବଧାନତା ନିଶ୍ଚିତ ଆପଣାନ୍ତୁ । ଆମ୍ବକୁ ବତୁରାଇ ଖାଇବାର ଫାଇଦା : ହେଲ୍‌ଥ ଏକ୍ସପୋର୍ଟଙ୍କ କହିବା କଥାକି ଆମ୍ବକୁ କିଛି ସମୟ ପାଣିରେ ବତୁରାଇ ତା’ପରେ ଖାଇବା ଆବଶ୍ୟକ । ଏପରି କରିବା ଦ୍ୱାରା ଏହା ଆମ ପାଇଁ ବହୁତ ଫାଇଦାକରୀ ହୋଇଥାଏ ।

ଚର୍ମରୋଗଠାରୁ ଦୂରେଇ ରଖେ :ଆମ୍ବକୁ ବତୁରେଇ ଖାଇବା ଦ୍ୱାରା ଚର୍ମରୋଗ ହୋଇନଥାଏ । ମୁହଁରେ ହେଉଥିବା ବ୍ରଣ ଓ ଦାଗ ଠାରୁ ମୁକ୍ତି ମିଳିଥାଏ ।
କେମିକାଲ ଠାରୁ ମୁକ୍ତି ମିଳିଥାଏ : ଆମ୍ବ ତୋଳିଲାବେଳେ ନଷ୍ଟ ହୋଇଯିବା ଭୟରେ ଏଥିରେ ପୋଟାସିୟମ ଏବଂ ଆହୁରି ଅନେକ କେମିକାଲର ମିଶ୍ରଣ କରାଯାଇଥାଏ । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ଚର୍ମ ଏବଂ ଆଖି ଉପରେ ଖରାପ ପ୍ରଭାବ ପଡିଥାଏ । ଯାହାଦ୍ୱାରା ମୁଣ୍ଡ ବିନ୍ଧା ,ବାନ୍ତି ହେବା ଭଳି ସମସ୍ୟା ଦେଖାଯାଇଥାଏ । ସେଥିପାଇଁ ଆମ୍ବକୁ ବତୁରାଇ ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ ।
ଶରୀର ଥଣ୍ଡା ରହିଥାଏ : ଆମ୍ବ ଖାଇବା ଦ୍ୱାରା ଶରୀର ଗରମ ହୋଇଯାଇଥାଏ । ଯାହା ଦ୍ୱାରା ଏଥିରେ ଥର୍ମୋଜେନିସର ପ୍ରଡକ୍ସନ ବଢିବାକୁ ଲାଗିଥାଏ । ତେଣୁ ଆମ୍ବକୁ ଭିଜାଇ ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।