You are currently viewing ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟ

ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟ

ଜ୍ୟୋତିଷଶାସ୍ତ୍ରରେ ବର ଗଛର ବିଶେଷ ମହତ୍ଵ ରହିଛି। ସେହିପରି ହିନ୍ଦୁ ଧର୍ମରେ ବର ଗଛକୁ ପୂଜା ମଧ୍ୟ କରାଯାଇଥାଏ। ଏହି ବୃକ୍ଷକୁ ପବିତ୍ର ଏବଂ ଦୈବି ଶକ୍ତି ଯୁକ୍ତ ବୋଲି କୁହାଯାଇଥାଏ। ଏହି କାରଣରୁ ଅନେକ ଉପାୟରେ ବରଗଛ ପୂଜା କରାଯାଇଥାଏ। ଯେପରି ବଟ ସାବିତ୍ରୀ ଦିନ ସ୍ବାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବୃକ୍ଷ ପୂଜା କରାଯାଇଥାଏ। ସେହିଭଳି ଚାକିରି ପାଇବା ପାଇଁ ମଧ୍ୟ ଅନେକ ଉପାୟ ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଜାଣି ରଖନ୍ତୁ କ’ଣ ସେହି ଉପାୟ।

-ଯଦି ଆପଣଙ୍କ କାମରେ କୌଣସି ବାଧା ଦେଖାଯାଉଛି ତେବେ ରବିବାର ଦିନ ବରଗଛର ପତ୍ରରେ ଆପଣ ମନରେ ଥିବା କଥାକୁ ଲେଖି ନଦୀରେ ଭସାଇ ଦିଅନ୍ତୁ।  ଏହି ଉପାୟ ଆପଣେଇବା ଦ୍ୱାରା ବହୁତ ଜଲଦି ମନୋକାମନା ପୂର୍ଣ୍ଣ ହୋଇଥାଏ। ଶନିବାର ଦିନ ବରଗଛ ମୂଳରେ କ୍ଷୀର ଏବଂ କେଶର ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ। ସେହିଭଳି ଯଦି ଘରେ କଳି-ଝଗଡା ଲାଗି ରହୁଛି ତେବେ ବରଗଛ ମୂଳେ ନିୟମିତ ଘିଅ ଦୀପ ଲଗାଇ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରନ୍ତୁ। ଏପରି କରିବା ଦ୍ୱାରା କଳି ଝଗଡା ବନ୍ଦ ହେବା ସହ ପରିବେଶ ଶାନ୍ତ ରହିଥାଏ। ଏଥିସହ ପରିବାର ଯଦି କୌଣସି ସଦସ୍ୟଙ୍କୁ କିଛି କାରଣ ନଥାଇ ଡର ଲାଗୁଥାଏ କିମ୍ବା ସର୍ବଦା ମାନସିକ ଚିନ୍ତାରେ ରହୁଥାନ୍ତି ତେବେ ବରଗଛ ମୂଳେ ହନୁମାନ ଚାଳିସା ପାଠ କରିବାକୁ କୁହନ୍ତୁ। ଏପରି କରିବା ଦ୍ୱାରା ମନରୁ ଭୟ ଦୂର ହେବା ସହ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ। ସେହିପରି ଅଧିକ ଦିନ ଧରି ଦେହ ଖରାପରେ ପଡ଼ିଥିବା ବ୍ୟକ୍ତିଙ୍କୁ ଜଲଦି ଠିକ କରିବା ପାଇଁ ରାତିରେ ସେହି ବ୍ୟକ୍ତି ଶୋଉଥିବା ତକିଆ ତଳେ କିଛି ବରଗଛର ଚେର ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ବହୁତ ଜଲଦି ସୁସ୍ଥ ହୋଇଥାନ୍ତି। ସେହିଭଳି ବ୍ୟବସାୟରେ ସମସ୍ୟା ଦେଖାଯାଉଥିଲେ ଶନିବାର ଦିନ ବରଗଛ ମୂଳେ ଏକ ପାନ, ଗୁଆ ଏବଂ ଟଙ୍କିକିଆ ମୁଦ୍ରାଟିଏ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ବ୍ୟବସାୟରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ। ଏଥିସହ ଏହି ବୃକ୍ଷ ମୂଳେ ଘିଅ ଦୀପ ଲଗାଇବା ଦ୍ୱାରା ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରିବାର ଆଶା ରହିଥାଏ। ଏସବୁ ବ୍ୟତୀତ ଧନ ଲାଭ ପାଇଁ ବରଗଛରେ ଧଳା ରଙ୍ଗର ସୁତାକୁ ୧୧ ଥର ବାନ୍ଧି ଜଳ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଧନ ଲାଭ ହେବାର ସମ୍ଭାବନା ରହିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।