ଖରାଦିନେ ଅଧିକ ପେଟ ଗରମ ସମସ୍ୟା ଦେଖାଦେଉଛି କି? ଆପଣାନ୍ତୁ ଏହି ଉପାୟ

ଏବେ ଗରମ ବଢ଼ି ବଢ଼ି ଚାଲିଛି । ଲୋକେମାନେ ମଧ୍ୟ ଅସହ୍ୟ ଗୁଳୁଗୁଳି ଆଉ ଗରମରେ ଏକଦମ୍‌ ବ୍ୟସ୍ତ ହୋଇପଡୁଛନ୍ତି । ପୁଣି ତା ସହିତ ପେଟ ଗରମ ସମସ୍ୟା । ଗରମ ଦିନରେ କିଛି ଲୋକଙ୍କର ପେଟ ଗରମ ସମସ୍ୟା ଦେଖାଯାଏ, ଯାହା ବହୁତ ଯନ୍ତ୍ରଣା ଦେଇଥାଏ । ପେଟ ଗରମ ଯୋଗୁଁ କୋଷ୍ଠକାଠିନ୍ୟ, ଝାଡ଼ା ହେବା ଏବଂ ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ ।
ଯଦି ଆପଣ ମଧ୍ୟ ପେଟ ଗରମ ହେବାର ସମସ୍ୟା ସାମ୍ନା କରୁଛନ୍ତି ତେବେ କିଛି ଘରୋଇ ଉପଚାର ଆପଣାଇ ଏହାର ସମାଧାନ କରିପାରିବେ । ଯାହାଦ୍ୱାରା ପେଟ ଗରମକୁ ମୁକ୍ତି ମିଳିବ ଆଉ ଆରାମ ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ।

ପ୍ରଥମେ ପାଦକୁ ଥଣ୍ଡା ପାଣିରେ ରଖନ୍ତୁ । ପାଦକୁ ଥଣ୍ଡା ପାଣିରେ ରଖିବା ଦ୍ୱାରା ଆରାମ ମିଳିଥାଏ । ଏକ ବାଲ୍ଟି ପାଣିନେଇ ବରଫ କ୍ୟୁବ୍ ମିଶାଇ ସେଥିରେ କିଛି ସମୟ ପାଇଁ ପାଦକୁ ବୁଡ଼ାଇ ରଖିଲେ ଏହା ଆପଣଙ୍କୁ ବହୁତ ଆରାମ ଦେବ ।

ପେଟର ଗରମକୁ ତୁରନ୍ତ କମାଇବା ପାଇଁ ପେଟରେ ଆଲୋଭେରା ଜେଲ ଲଗାନ୍ତୁ । ଆଲୋଭେରା ଜେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ପେଟ ଗରମରୁ ଉପଶମ ଦେଇଥାଏ ।

ଏଥିସହିତ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ । ଶରୀରରେ ପାଣିର ମାତ୍ରା କମ୍‌ ରହିଲେ ଏହା ଆପଣଙ୍କ ଶରୀରକୁ ଡିହାଇଡ୍ରେଟ୍‌ କରିଥାଏ । ଏହିକାରଣରୁ ଗରମ ଦିନେ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ ।

Leave A Reply

Your email address will not be published.

6 − 5 =