You are currently viewing ଲମ୍ବା ଓ ଘନ କେଶ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ଲମ୍ବା ଓ ଘନ କେଶ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିର ଦୁନିଆରେ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛି କେଶ ଝଡିବା। ଏହାର କାରଣ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ, ଭୁଲ ଖାଦ୍ୟପେୟର ଅଭ୍ୟାସ ଏବଂ ଠିକ ଭାବରେ କେଶର ଯତ୍ନ ନନେବା। ସବୁ ମହିଳା ମାନେ ସୁସ୍ଥ ଏବଂ ସୁନ୍ଦର କେଶ ଚାହିଁଥାନ୍ତି, ଯେଉଁ କାରଣରୁ ସେ କେଶରେ ଅନେକ ପ୍ରକାରର ପ୍ରଡକ୍ଟସ ବ୍ୟବହାର କରିଥାନ୍ତି । ଏହିସବୁ ଜିନିଷ ବ୍ୟବହାର କରିବା ଦ୍ୱାରା କେଶରେ ଚମକ ଦେଖାଯାଏ ସତ କିନ୍ତୁ ତାହା ଖୁବ କମ ଦିନ ପାଇଁ। ତେବେ ଆଜି ଆମେ ଆପଣଙ୍କ କେଶ ପାଇଁ ଏମିତି ଉପାୟ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ କେଶକୁ ଲମ୍ବା,ଘନ ଏବଂ ସୁସ୍ଥ କରିପାରିବେ।

ଆଳୁ ରସ କେଶ ବୃଦ୍ଧି ପାଇଁ ବେଶ ଲାଭଦାୟକ । ଆଳୁରେ ଅନେକ ପୋଷକ ତତ୍ତ୍ବ ରହିଥାଏ ଯାହା କେଶ ସମସ୍ୟାର ମୁକାବିଲା କରିବାରେ ସହାୟକ ହୋଇଥାଏ । ଆଳୁର ରସ ମୁଣ୍ଡକୁ ସଫା ରଖିବା ଓ ରୂପି ସମସ୍ୟାରୁ ମୁକ୍ତି ଦେଇଥାଏ । ଆଳୁ ରସରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଛି । ଏହା ମୁଣ୍ଡକୁ ସଂକ୍ରମଣରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ ଯଦି ଆପଣ ଆଳୁ ଏବଂ ଦହିରେ ନିର୍ମିତ ହେୟାର ମାସ୍କକୁ ଲଗାଇବେ ତେବେ ଆପଣଙ୍କ କେଶ ମଜବୁତ ହେବା ସହ ଆପଣଙ୍କ ଧଳା କେଶରୁ ମୁକ୍ତି ଦେଇଥାଏ । ତେବେ ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତ ।

ଦହି ଓ ଆଳୁରେ ହେୟାର ମାସ୍କ କିପରି ତିଆରି କରିବେ:

-ଆଳୁ ଏବଂ ଦହିର ହେୟାର ମାସ୍କ ତିଆରି କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଆଳୁର ରସ ବାହାର କରନ୍ତୁ । ଏହା ପରେ ଆଳୁ ରସରେ ୨ରୁ ୩ ଚାମଚ ଦହି ପକାଇ ତାକୁ ଭଲ ଭାବେ ମିଶାନ୍ତୁ ।

– ଏବେ ଆଳୁ ରସ ଏବଂ ଦହିର ଏହି ପେଷ୍ଟକୁ ଭଲ ଭାବରେ ମୁଣ୍ଡର  ଲଗାଇ ମସାଜ କରନ୍ତୁ । ଏହାକୁ ଲଗାଇବା ପରେ ଏକ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏହା ପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ଏହି ହେୟାର ମାସ୍କକୁ ସପ୍ତାହରେ ୨ ଥର ବ୍ୟବହାର କରିପାରିବେ । ଏମିତି କରିବା ଦ୍ବାରା ଆପଣଙ୍କ କେଶ ମଜବୁତ ହେବା ସହ ଧଳା କେଶରୁ ମୁକ୍ତି ମିଳିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।