ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଗଲାଣି । ଏହି ଅବସରରେ ମା ଦୁର୍ଗାଙ୍କର ୯ ରୂପର ପୂଜା କରାଯାଏ । ମାଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଲୋକ ନବରାତ୍ର ବ୍ରତ କରିଥାନ୍ତି । ଏହି ବ୍ରତରେ ସନ୍ଧ୍ୟାରେ ହିଁ କିଛି ଖାଦ୍ୟ ଖିଆଯାଇଥାଏ । ଯେହେତୁ ଦିନ ସାରା ଉପାସ ରହିବାକୁ ହୋଇଥାଏ ତେଣୁ ଏପରି କିଛି ଖାଦ୍ୟ ଖାଇବା ଦରକାର ଯାହାଦ୍ୱାରା ଦିନସାରା ଶକ୍ତି ମିଳିବ । ଏହି ପରିସ୍ଥିତିରେ ଆପଣ ଶାଗୁ ଦାନାର ଖେଚୁଡି କରି ଖାଇପାରିବେ ।
ଶାଗୁ ଦାନାର ଖେଚୁଡି ବନେଇବା ପାଇଁ ଆବଶ୍ୟକ ହେଇଥିବା ସାମଗ୍ରୀ :
ଗୋଟାଏ କପ ଶାଗୁଦାନା, କଟାଯାଇଥିବା ଗୋଟିଏ ଆଳୁ, ୨ ଚାମଚ ଲେମ୍ବୁର ରସ, କିଛି ବାଦାମ ମଞ୍ଜି, ୫ରୁ ୬ଟି ଭୃସଙ୍ଗ ପତ୍ର, ଗୋଟିଏ ଲଙ୍କା, ଅଧା ଚାମଚ ସୋରିଷ , ଚାରି ଚାମଚ ଘିଅ, ୨ରୁ୩ଟି ଗୋଲମରିଚ ।
ପ୍ରଣାଳୀ
ସର୍ବପ୍ରଥମେ ଶାଗୁଦାନାକୁ ଚାରି ରୁ ପାଞ୍ଚ ଘଣ୍ଟା ପାଇଁ ପାଣିରେ ଭିଜେଇଦିଅନ୍ତୁ । ଏହାପରେ ପ୍ୟାନରେ ଘିଅ ପକାଇ ଗରମ ହୋଇଯିବା ପରେ ଏଥିରେ ସୋରିଷ ପକାନ୍ତୁ । ପରେ ଏଥିରେ ବାଦାମ ପକାଇ ୩ରୁ ଚାରି ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ଭୃସଙ୍ଗ ପତ୍ର ଓ କଞ୍ଚା ଲଙ୍କା ପକାଇ ଅଳ୍ପ ସମୟ ଫ୍ରାଇ କରିସାରିବା ପରେ ଏଥିରେ ଆଳୁ ପକାନ୍ତୁ । ପରେ ଗୋଲ ମରିଚ ଓ ପାଣି ପକାଇ ଆଳୁ ସିଝିଲା ପର୍ଯ୍ୟନ୍ତ ଭଲ ଭାବରେ ଘୋଡାଇ ଦିଅନ୍ତୁ । ଏବେ ଏଥିରେ ଶାଗୁଦାନା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ଏବଂ ତିନି ମିନିଟ ପର୍ଯ୍ୟନ୍ତ ଏହାକୁ ସିଝିବାକୁ ଦିଅନ୍ତୁ । ପରେ ଏହା ପ୍ରସ୍ତୁତ ହୋଇଯିବ ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ