କରୋନା ଭାଇରସ ସମୟରେ ହାତ ଧୋଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ହୋଇଛି । କିନ୍ତୁ ଏବେ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ସାବୁନରେ ହାତ ଧୋଇବା ଓ ସଫା ପାଣି ବ୍ୟବହାର କରିବା ଏକ ସ୍ୱପ୍ନ ହୋଇଗଲାଣି । ୟୁନିସେଫ ଏବଂ ଡବଲ୍ୟୁଏଚଓର ସାଞ୍ଝା ମନିଟରିଙ୍ଗ ରିପୋର୍ଟ ୨୦୧୯ ଅନୁସାରେ ୩୦୦ କୋଟି ଲୋଙ୍କ ପକ୍ଷେ ହାତ ଧୋଇବା ପାଇଁ କୌଣସି ସାଧନ ନାହିଁ । ଏହି ସଂଖ୍ୟା ଦୁନିଆରେ ଥିବା ଲୋକଙ୍କ ୪୦ ପ୍ରତିଶତ ଅଟେ । କରୋନା ଭାଇରସର ଏହି ବିପଦ ସମୟରେ ଯେଉଁ ସମୟରେ ଲୋକ ମାନଙ୍କୁ ଭଲ ଭାବରେ ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଉଛି ଏହି ସମୟରେ ଏହି ଲୋମାନଙ୍କ ପାଖରେ ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ସଫା ପାଣି ଏବଂ ସାବୁନ ନାହିଁ ।

ୟୁନିସେଫର ଭାରତର ପ୍ରତିନିଧି କହିଛନ୍ତି ଯେ, ଯେପରି ମହାମାରୀ ବିସ୍ତାର ଲାଭ କରୁଛି ଏହି ସମୟରେ ହାତ ଧୋଇବା ବ୍ୟକ୍ତିଗତ ଇଚ୍ଛା ନୁହେଁ ଏହା ସାମାଜିକ ଅନିବାର୍ଯ୍ୟତା । ଗ୍ରାମୀଣ ଇଲାକାରେ ଏହି ସୁବିଧା ନାହିଁ କହିଲେ ଚଳେ । ବିଶ୍ୱବ୍ୟାପୀ ଦେଖାଯାଏ ତେବେ ପ୍ରତି ୫ଜଣ ରେ ୩ ଜଣଙ୍କ ପାଖେ ଏହି ସୁବିଧା ରହିଥାଏ । ରାଷ୍ଟ୍ରୀୟ ସାମ୍ପୁଲ ସର୍ଭେ ୨୦୧୯ ରିପୋର୍ଟ ଅନୁସାରେ ଖାଦ୍ୟ ଖାଇବା ପୂର୍ବରୁ ୨୫.୩ ପ୍ରତିଶତ ଗ୍ରାମୀଣ ଲୋକ ଏବଂ ୫୬ ପ୍ରତିଶତ ସହରୀ ଲୋକ ସାବୁନ କିମ୍ବା ସର୍ଫରେ ହାତ ସଫା କରିଥାନ୍ତି । ଆଉ ୨.୭ ପ୍ରତିଶତ ଲୋକ ହାତ ଧୋଇବା ପାଇଁ ବାଲି ,ମାଟି କିମ୍ବା ପାଉଁଶର ବ୍ୟବହାର କରିଥାନ୍ତି । ୧୫ ଅକ୍ଟୋବରରେ ସାରା ପୃଥିବୀରେ ଗ୍ଳୋବାଲ ୱାସିଙ୍ଗ ଡେ ପାଳନ କରାଯାଥିଲା ଯାହାର ଇଦ୍ଦେଶ୍ୟ ଲୋକଙ୍କୁ ବୁଝାଇବା ପାଇଁ ଥିଲା ଯେ, ହାତ ଧୋଇବା ସ୍ୱାସ୍ଥ୍ୟ ପକ୍ଷେ କେତେ ଜରୁରୀ ଏବଂ କେବଳ ହାତ ଧୋଇବା ଦ୍ୱାରା ବହୁତ ରୋଗକୁ ନଷ୍ଟ କରାଯାଇପାରେ ।