You are currently viewing ପ୍ରତିଦିନ ଅଣ୍ଡା ଖାଇବାର ଫାଇଦା

ପ୍ରତିଦିନ ଅଣ୍ଡା ଖାଇବାର ଫାଇଦା

ଆପଣ ନିଶ୍ଚିତ ଭାବରେ ଏହି କଥା ଶୁଣିଥିବେ- ‘ ସଣ୍ଡେ ହୋ ୟା ମଣ୍ଡେ ରୋଜ୍ ଖାଏଁ ଅଣ୍ଡେ’ । ସାଧାରଣତ ଯେତେବେଳେ  ପ୍ରୋଟିନ୍ ବିଷୟରେ କଥା ଉଠେ ସର୍ବ ପ୍ରଥମେ  ଅଣ୍ଡା  କଥା ମନକୁ ଆସିଥାଏ । କିନ୍ତୁ ଅଣ୍ଡା କେବଳ ପ୍ରୋଟିନରେ ସୀମିତ ନୁହେଁ ।ଅଧ୍ୟୟନରୁ ଜଣାପଡିଛି ଯେ ଅଣ୍ଡାରେ ଅନେକ ପ୍ରକାରର ଭିଟାମିନ୍, ଫୋଲେଟ୍, ଭିଟାମିନ୍ ଡି ଏବଂ କେ ସହିତ ଅନେକ ପୋଷକ ତତ୍ତ୍ୱ  ରହିଥାଏ, ଯାହାର ସେବନ ଦ୍ୱାରା ଶ୍ୱାସ୍ଥ୍ୟ ସୁସ୍ଥ  ରହିଥାଏ । ସମସ୍ତଙ୍କୁ ପ୍ରତିଦିନ ଅତି କମରେ ଗୋଟିଏ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

ଅଧ୍ୟୟନରୁ ଜଣାପଡିଛି ଯେ ଅଣ୍ଡାରେ ବିଭିନ୍ନ ଟ୍ରେସ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।ବାସ୍ତବରେ, ଅଣ୍ଡାକୁ ଏକ ସୁପରଫୁଡ୍ ବୋଲି କୁହାଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇପା ପାଇଁ ପ୍ରତିଦିନ ଅଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥାଏ ।  ଅଣ୍ଡାକୁ କଞ୍ଚା, ସିଝା କିମ୍ବା ତରକାରୀ ଭାବରେ ସେବନ କରି ପାରିବେ ।ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଅଣ୍ଡା ଖାଇଦ୍ୱାରା  କ’ଣ କ’ଣ  ଫାଇଦା ମିଳିଥାଏ?

– ଅଧ୍ୟୟନରୁ ଜଣାପଡିଛି ଯେ ଦୈନିକ ଅଣ୍ଡା ଖାଇବା ଦ୍ୱାରା ସମସ୍ତ ପ୍ରକାରର ହୃଦରୋଗର ଆଶଙ୍କା କମିଯାଇଥାଏ । ଅଣ୍ଡା ଶରୀରରେ ଭଲ କୋଲେଷ୍ଟ୍ରଲ ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ ଏବଂ ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ, ଯାହାଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା କମିଯାଏ ।ଅଣ୍ଡାର ସେବନ ଦ୍ୱାରା  ଶରୀରରେ HDL(ଭଲ କୋଲେଷ୍ଟ୍ରଲ) ବୃଦ୍ଧି ହୋଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ଛଅ ସପ୍ତାହ ପାଇଁ ପ୍ରତିଦିନ ଦୁଇଟି ଅଣ୍ଡା ଖାଇବା ଦ୍ୱାରା HDL ସ୍ତର ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ।

– ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନେ ପ୍ରତିଦିନ ଅଣ୍ଡା ଖାଉଛନ୍ତି ସେମାନଙ୍କ ଦୃଷ୍ଟି ଶକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ଆଖି ସ୍ୱାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ ବୋଲି ବିବେଚନା କରାଯାଏ।  ଏଥିମଧ୍ୟରୁ ଲ୍ୟୁଟିନ୍ ଏବଂ  ଜେକ୍ସୋନ୍ଥିନ୍ ଆଣ୍ଟିଅକ୍ସିଡାଣ୍ଟ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ଅଟେ । ଅଧ୍ୟୟନରୁ ଜଣାପଡିଛି ଯେ ଏହି ପୁଷ୍ଟିକର ଖାଦ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଦ୍ୱାରା ମୋତିଆବିନ୍ଦୁ ଏବଂ ଦୃଷ୍ଟି ଶକ୍ତି ନଷ୍ଟ ହେବାର ଆଶଙ୍କା ଯଥେଷ୍ଟ କମିଯାଏ। ଅଣ୍ଡାର ହଳଦୀଆ ଅଂଶରେ ଲ୍ୟୁଟିନ୍ ଏବଂ  ଜେକ୍ସୋନ୍ଥିନ୍  ମିଳିଥାଏ।  ଏଥିପାଇଁ ପ୍ରତିଦିନ ଅଣ୍ଡା ଖାଇବା ଆଖି ସ୍ୱାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ ହୋଇଥାଏ ।

–  ଅଣ୍ଡାରେ ଥିବା ପ୍ରୋଟିନ୍ ପରିମାଣ ଏହାକୁ ସ୍ୱତନ୍ତ୍ର କରିଥାଏ। ମାନବ ଶରୀରର ନିର୍ମାଣ ଏବଂ ବିକାଶ ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଜରୁରୀ ହୋଇଥାଏ ।  ଗୋଟିଏ ବଡ଼ ଅଣ୍ଡାରେ ପ୍ରାୟ ଛଅ ଗ୍ରାମ ପ୍ରୋଟିନ୍  ରହିଥାଏ ।  ଏହା ବ୍ୟତୀତ, ଅଣ୍ଡାରେ ସମସ୍ତ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ସଠିକ୍ ଅନୁପାତରେ ରହିଥାଏ, ଏପରି ପରିସ୍ଥିତିରେ ଅଣ୍ଡାର ବ୍ୟବହାର କେବଳ ମାଂସପେଶୀ ନିର୍ମାଣକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଶରୀର ପାଇଁ ଅନ୍ୟାନ୍ୟ ଲାଭ ମଧ୍ୟ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।