You are currently viewing ଓଜନ ହ୍ରାସ କରେ ତେନ୍ତୁଳି

ଓଜନ ହ୍ରାସ କରେ ତେନ୍ତୁଳି

ତେନ୍ତୁଳି ନାମ ଶୁଣିଲେ ପ୍ରାୟ ସମସ୍ତଙ୍କ  ପାଟିରେ ପାଣି ଆସିଥାଏ ।  ପିଲାଦିନେ କିମ୍ବା ଯୁବ ବୟସରେ ତେନ୍ତୁଳିକୁ ସମସ୍ତେ ସେବନ କରିଛନ୍ତି ।କିନ୍ତୁ ଆପଣ ଜାଣିଛନ୍ତି କି ତେନ୍ତୁଳି ଆମ ସ୍ୱାସ୍ଥ୍ୟ ପାଇଁ  କେତେ ଉପକାରି ଅଟେ? ତେବେ ଆସନ୍ତୁ ଜାଣିବା ତେନ୍ତୁଳିର  ଉପକାରିତା ବିଷୟରେ-

– ତେନ୍ତୁଳି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେନ୍ତୁଳିରେ ହାଇଡ୍ରୋସିଟ୍ରିକ୍ ଏସିଡ୍ ମିଳିଥାଏ ଯାହା ଶରୀରରେ ଗଚ୍ଛିତ ଚର୍ବିକୁ କମାଇବା ପାଇଁ କାର୍ଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ଅଧିକ ଭୋକ ଲାଗିନଥାଏ ଯେଉଁଥିପାଇଁ ଓଜନକୁ ନିୟନ୍ତ୍ରଣରେ ରହିଥାଏ ।

– କର୍କଟ ରୋଗୀଙ୍କ ପାଇଁ ତେନ୍ତୁଳି ସେବନ କରିବା ବହୁ ଲାଭଦାୟକ  ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ  ଟେରାଟ୍ରିକ୍ ଏସିଡ୍ ଶରୀରରେ କର୍କଟ କୋଷ ଗଠନକୁ ରୋକିଥାଏ  ।ଏଥିପାଇଁ  କର୍କଟ ରୋଗରୁ ରକ୍ଷା ପାଇବା ପାଇଁ ସମସ୍ତେ ତେନ୍ତୁଳି ଖାଇବା ଉଚିତ୍  ।

– ଏହା ମଧୁମେହ ରୋଗୀମାନଙ୍କ ପାଇଁ  ମଧ୍ୟ ଉପକାରୀ ଅଟେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ  । ଏଥିପାଇଁ ମଧୁମେହ ରୋଗୀମାନେ ଏକ ଛୋଟ ଗ୍ଲାସ୍ ତେନ୍ତୁଳି ରସ ସେବନ କରିବା ଉଚିତ୍ ।

-ତେନ୍ତୁଳି ଶରୀରେ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ କରିଥାଏ । ଏଥିରେ ଆଇରନ୍ ଏବଂ ପୋଟାସିୟମ୍ ଭରପୂର ମାତ୍ରାରେ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ଲାଲ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିଥାଏ  ।

–  ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବହୁ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ତେନ୍ତୁଳି ଖାଇବା ଆବଶ୍ୟକ ଅଟେ  । ଏଥିରେ ମିଳୁଥିବା ଭିଟାମିନ୍-ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ  ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।