ଜୀବନଶୈଳୀରେ କେତେ ପ୍ରଭାବ ପକାଏ ମ୍ୟୁଜିକ ଥେରାପି…?

ଅଶାନ୍ତ ମନ ଓ ଭାରାକ୍ରାନ୍ତ ମନକୁ ଶାନ୍ତ କରିବା ପାଇଁ ଅନେକ ଲୋକ ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି । ଦ୍ରୁତ ସଙ୍ଗୀତ ହୃଦ୍ ସ୍ପନ୍ଦନ, ନିଶ୍ୱାସ, ରକ୍ତଚାପକୁ ବଢ଼ାଇପାରେ, ଏବଂ ସ୍ଳୋ ମ୍ୟୁଜିକ ଶୁଣିବା ଦ୍ୱାରା ଏହାର ବିପରୀତ ପ୍ରଭାବ ପଡିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଯେତେବେଳେ ଆମେ ମନ ପସନ୍ଦର ସଙ୍ଗୀତ ଶୁଣୁ, ମସ୍ତିସ୍କରେ ଡୋପାମିନେଟାଥ ନାମକ ଏକ ରାସାୟନିକ ପଦାର୍ଥ କ୍ଷରଣ ହୋଇଥାଏ, ଯାହା ମନୋବଳ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ।

ସଙ୍ଗୀତ ଶୁଣିବା ଦ୍ୱାରା ଏହା ମନୋବଳକୁ ଉନ୍ନତ କରେ । ଏହା ଭାବନାକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିବ ଏବଂ ଦୈନନ୍ଦିନ ଜୀବନରେ ସୁଖ, ଆରାମ ସୃଷ୍ଟି କରେ ।
ସଙ୍ଗୀତ ଶୁଣିବା ଦ୍ୱାରା ଏହା ଷ୍ଟ୍ରେସକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଏହା ମାନସିକ ଶାରୀରିକ ଉତ୍ସାହ ବଢ଼ାଇବାରେ ସାହାର୍ଯ୍ୟ କରେ ଏବଂ ଏହା କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ ।
ସଙ୍ଗୀତ ସ୍ମୃତିଶକ୍ତିର ଉନ୍ନତି କରେ ଯନ୍ତ୍ରଣାକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ଅସ୍ତ୍ରୋପଚାର ସମୟରେ ସଙ୍ଗୀତ ଶୁଣିଥିଲେ ସେମାନଙ୍କ ଠାରେ କମ ଯନ୍ତ୍ରଣା ଦେଖାଦେଇଥିଲା.ବଂ ଯେଉଁମାନେ ଶୁଣିନଥିଲେ ସେମାନଙ୍କଠାରେ ଅପେକ୍ଷାକୃତ ଅଧିକ ଯନ୍ତ୍ରଣା ଦେଖାଦେଇଥିଲା ।
ଏହା ଆତ୍ମାକୁ ଶାନ୍ତି ପ୍ରଦାନ କରିଥାଏ । ମ୍ୟୁଜିକ ଥେରାପି ଯୋଗାଯୋଗ, ମୁକାବିଲା ଏବଂ ଭାବପ୍ରବଣତା ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ।

Leave A Reply

Your email address will not be published.