You are currently viewing କିପରି ଦୂର କରିବେ ପାଟିରୁ ଚମଡା ଛାଡିବାର ସମସ୍ୟା

କିପରି ଦୂର କରିବେ ପାଟିରୁ ଚମଡା ଛାଡିବାର ସମସ୍ୟା

ମୁହଁର ପାଟି ପାକରୁ ଯଦି ଚମଡା ଛାଡେ ତେବେ ଏହା ଏକ ପ୍ରକାର ସମସ୍ୟା ପରି ଲାଗିଥାଏ । ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଏହି ସମସ୍ୟା ସହ ଲଢିଥାଆନ୍ତି । ଏହି ଚମଡା ପାଟି ଜିଭ ଏବଂ ଓଠ ଭିତରୁ ବାହାରି ଥାଏ । ଯାହାଦ୍ୱାରା ଖାଇବା ପିଇବାରେ ଅନେକ ସମସ୍ୟା ଦେଖାଯାଏ । ଏହାଦ୍ୱାରା ଆପଣଙ୍କୁ କଥା କହିବାରେ ମଧ୍ୟ ଅସୁବିଧା ହୋଇଥାଏ । ଏହାର ପ୍ରତିକାର ଯଦି ଠିକ ସମୟରେ ହୋଇନଥାଏ ତେବେ ଅନେକ ଅସୁବିଧା ହୋଇଥାଏ । ଏପରିକି କ୍ୟାନସର ଭଳି ରୋଗ ମଧ୍ୟ ହୋଇପାରେ । ଏଥିପାଇଁ ଆପଣ ଏହି ସମସ୍ୟାରୁ ମୁକୁଳିବା ପାଇଁ କେତେକେ ଘରୋଇ ଉପାୟକୁ ମଧ୍ୟ ଆପଣେଇ ପାରିବେ । ତେବେ ଚାଲନ୍ତୁ ଜାଣିବା କିପରି ପାଇବେ ଏହି ଉପାୟରୁ ମୁକ୍ତି ।

ଲେମ୍ବୁ ଓ ମହୁ : ଲେମ୍ବୁ ଓ ମହୁ ପାଣିରେ କୁଳୁକୁଜା କରିବା ଦ୍ୱାରା ଏହି ଚମଡା ଛାଡିବାର ଚିନ୍ତାରୁ ମୁକୁଳିପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ଗ୍ଲାସ ପାଣିକୁ ଗରମ କରି ନିଅନ୍ତୁ । ଏଥିରେ ଲେମ୍ବୁ ରସ ଓ ମହୁ ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏହାପରେ ଟିକେ ଥଣ୍ଡା ହେଲା ପରେ ଏଥିରେ କୁଳିକୁଜା କରନ୍ତୁ ।
ଗ୍ଲିସେରିନ : ମୁହଁରୁ ଚମଡା ଛାଡିବାର ସମସ୍ୟାକୁ ଦୂର କରିବା ପାଇଁ ଗ୍ଲିସେରିନରେ ଟିକେ ହଳଦି ମିଶାଇ ଦିଅନ୍ତୁ ଏହା ଦ୍ୱାରା ଚମଡା ଛାଡିବାର କଷ୍ଟରୁ ମୁକ୍ତି ମିଳିଥାଏ । ଏହି ମିଶ୍ରଣକୁ ଲଗାଇବାର ୨୦ ମିନିଟ ପରେ ଗରମ ପାଣିରେ ପାଟି ଧେଶଇ ନିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।