You are currently viewing ଅଧିକ କୋଲ୍ଡ ଡ୍ରିଙ୍କ୍ସ ପିଉଥିଲେ ହୋଇଯାଆନ୍ତୁ ସାବଧାନ! ଦେଖାଦେଇପାରେ ଏହିସବୁ ସମସ୍ୟା

ଅଧିକ କୋଲ୍ଡ ଡ୍ରିଙ୍କ୍ସ ପିଉଥିଲେ ହୋଇଯାଆନ୍ତୁ ସାବଧାନ! ଦେଖାଦେଇପାରେ ଏହିସବୁ ସମସ୍ୟା

ଗରମ ଦିନେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ସମସ୍ତେ ଭଲପାଇଥାନ୍ତି।  ଏହା ଥଣ୍ଡା ଲାଗିବା ସହ ଏହାର ସ୍ୱାଦ ମଧ୍ୟ ବହୁତ ଟେଷ୍ଟି ହୋଇଥାଏ | କିନ୍ତୁ  ଏହା  ସ୍ୱାସ୍ଥ୍ୟ ପାଇଁ କେତେ ମାରାତ୍ମକ ଆପଣ  ଜାଣନ୍ତି କି ? ତେବେ ଆସନ୍ତୁ ଜାଣିବା କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଆମର କ’ଣ କ୍ଷତି ହୋଇଥାଏ | ଯଦି ଆପଣ ଅଧିକ କୋଲ୍ଡ ଡ୍ରିଙ୍କ୍ସ ବା ଥଣ୍ଡା ପାନୀୟ ସେବନ କରୁଛନ୍ତି ତେବେ ଆପଣଙ୍କ ଓଜନ ବଢିପାରେ | କାରଣ କୋଲ୍ଡ ଡ୍ରିଙ୍କ୍ସ ରେ ସୁଗାର ମାତ୍ରା ଅଧିକ ଥାଏ | ଗୋଟିଏ ଗ୍ଲାସ କୋଲ୍ଡ ଡ୍ରିଙ୍କ୍ସ ରେ ୧୦ ଚାମଚ ସୁଗାର ରହିଥାଏ | ଏହା ଶରୀରରେ ସୁଗାର ମାତ୍ରା ବଢାଇବା ସହ ବହୁ ପ୍ରକାର ରୋଗ ସୃଷ୍ଟି କରିଥାଏ |

ସେହିପରି କୋଲ୍ଡ ଡ୍ରିଙ୍କ୍ସ ପିଇବା  ଦ୍ୱାରା ଆପଣଙ୍କ ଫ୍ୟାଟି ଲିଭର ସମସ୍ୟା ଦେଖା ଦେଇପାରେ | କାରଣ କୋଲ୍ଡ ଡ୍ରିଙ୍କ୍ସ ରେ ଦୁଇ ପ୍ରକାର ସୁଗାର ରହିଥାଏ | ଗ୍ଲୁକୋଜ ଓ ଫ୍ରୁକ୍ଟୋସ ଯାହାକି ଶରୀରରେ ତୁରନ୍ତ ମିଶିଯାଇଥାଏ | ଏହିକାରଣରୁ ଯଦି ଆପଣ ଅଧିକ କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି ତେବେ ଏହା ଲିଭରରେ ଜମା ହୋଇଯାଏ | ଯାହା ଫଳରେ ଫ୍ୟାଟି ଲିଭର ଓ ବିଭିନ୍ନ ପ୍ରକାର ଲିଭର ସମସ୍ୟା ରୋଗ ସୃଷ୍ଟି କରିଥାଏ |

ଏଥିସହ କୋଲ୍ଡ ଡ୍ରିଙ୍କ୍ସ ରେ ସୁଗାର ମାତ୍ରା ଅଧିକ ଥିବାରୁ ଏହା ଦାନ୍ତ ଉପରେ ପ୍ରଭାବ ପକାଇଥାଏ | ଅର୍ଥାତ କୋଲ୍ଡ ଡ୍ରିଙ୍କ୍ସ ରେ ଫୋସ୍ଫୋରିକ ଏସିଡ ସହ ଅନ୍ୟ କେତକ ଏସିଡ ମଧ୍ୟ ରହିଥାଏ ଯାହା ଦାନ୍ତକୁ କ୍ଷତି ପହଞ୍ଚାଇଥାଏ | ଏସବୁ କାରଣରୁ ସୁସ୍ଥ ଶରୀର ପାଇଁ ନିଜକୁ କୋଲ୍ଡ ଡ୍ରିଙ୍କ୍ସ ଠାରୁ ଦୁରେଇ ରଖିବା ଉଚିତ।

ଅନ୍ୟମାନଙ୍କୁ ଜଣାନ୍ତୁ।