You are currently viewing ଖାଲିପେଟରେ ପିଅନ୍ତୁ ହଳଦୀ ପାଣି ଦୂର ହେବ ସମସ୍ୟା

ଖାଲିପେଟରେ ପିଅନ୍ତୁ ହଳଦୀ ପାଣି ଦୂର ହେବ ସମସ୍ୟା

ସାଧାରଣତଃ ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏପରି କରିବା ଦ୍ୱାରା ଫେଟ ସଫା ରହିଥାଏ । ଏବଂ ଏସିଡିଟି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ଛଡା କିଛି ଲୋକ ଉଷୁମ ପାଣି ମଧ୍ୟ ପିଇଥାଆନ୍ତି । ଯାହା ଶରୀର ପାଇଁ ବହୁ ଲାଭକାରୀ ହୋଇଥାଏ । କିନ୍ତୁ ହଳଦୀ ହେଉଛି ଏପରି ଏକ ଦ୍ରବ୍ୟ ଯାହା ଶରୀରକୁ ବିଭିନ୍ନ ରୋଗ ସହ ଲଢିବାରେ ସାହାର୍ଯ୍ୟ କରିଥାଏ । ତେଣୁ ସକାଳୁ ଉଠିବା ପରେ ହାଲୁକା ଉଷୁମ ହଳଦୀ ପାଣି ପିଇଲେ ପେଟ ସମସ୍ୟା ଦୂର ହେବା ସହ ଶରୀର ମଧ୍ୟ ଫୂର୍ତ୍ତି ରହିଥାଏ । ହଳଦୀରେ ଥିବା ‘କର୍କମିନ’ ତତ୍ତ୍ୱ ଆମର ମସ୍ତିଷ୍କ ପାଇଁ ଲାଭକାରୀ ହୋଇଥାଏ। ମାନସିକ ରୋଗକୁ ରକ୍ଷା କରିବା ପାଇଁ ଯେଉଁ ବ୍ରେନ- ଡିରାଇଣ୍ଡ ନ୍ୟୁଟ୍ରୋଫିକ ଫ୍ୟାକ୍ଟରର ଆବଶ୍ୟକତା ରହିଥାଏ , ତାହା ହଳଦୀର କର୍କମିନ ତତ୍ତ୍ୱରୁ ମିଳିଥାଏ। ଏହାକୁ ସକାଳୁ ସେବନ କରିବା ଅତ୍ୟଧିକ ଲାଭକାରୀ ହୋଇଥାଏ।

ହଳଦୀ ପାଣିରେ ଆଣ୍ଟି-ଅକ୍ସିଡେଣ୍ଟ ବା ଆଣ୍ଟିଥେସିସ୍‌ ରହିଥାଏ । ଏହା ଶରୀରର କୋଷିକା ଗୁଡ଼କୁ ନଷ୍ଟ କରିବାର ତତ୍ତ୍ୱ ସୃଷ୍ଟି କରିନଥାଏ। ସକାଳୁ ଖାଲି ପେଟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆମର ପାଚନ ଶକ୍ତି ମଜବୁତ ହୋଇଥାଏ। ଏହା ସେବନ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଭୋକ ମଧ୍ୟ ଲାଗିଥାଏ। ଏହା ବ୍ୟତୀତ ହଳଦୀ ଅତ୍ୟଧିକ ମୋଟାପଣ ଏବଂ କୋଲେଷ୍ଟ୍ରଲ କମ କରିଥାଏ । ୨୦୦୯ ବର୍ଷର ଏକ ସୂଚନା ଅନୁସାରେ ହଳଦୀ ସେବନ କରିବା ଦ୍ୱାରା ମଧୁମେହ ରୋଗ କମ ହୋଇଥାଏ ଏବଂ ଏହା ମଧୁମେହ ବଢିବା ସ୍ତରକୁ କମ କରିଥାଏ। ଏହା ବ୍ୟତୀତ ହଳଦୀ ପାଣି କିଡନି ପାଇଁ ଲାଭକାରୀ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।