You are currently viewing ଡାଇବେଟିସ୍‌ କଣ୍ଟ୍ରୋଲ କରେ ଲବଙ୍ଗ, ଜାଣନ୍ତୁ କିପରି କରିବେ ସେବନ

ଡାଇବେଟିସ୍‌ କଣ୍ଟ୍ରୋଲ କରେ ଲବଙ୍ଗ, ଜାଣନ୍ତୁ କିପରି କରିବେ ସେବନ

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଡାଇବେଟିସ୍‌ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଭୁଲ୍‌ ଖାଦ୍ୟପେୟ। ଏହା ଏମିତି ଏକ ରୋଗ, ଯାହାକୁ ମୂଳରୁ ଭଲ କରାଯାଇ ପାରିବ ନାହିଁ, କିନ୍ତୁ ଏହାକୁ ନିଶ୍ଚୟ ନିୟନ୍ତ୍ରଣକୁ ଅଣାଯାଇ ପାରିବ। ଏନେଇ ଯଦି ଆପଣ ବ୍ଲଡ୍‌ ସୁଗାର ଲେବଲ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଔଷଧ ବ୍ୟତୀତ କିଛି ଘରୋଇ ଉପଚାର ଆପଣାଇ ଡାଇବେଟିଜ ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ।

ଘରେ ଵ୍ୟଵହାର ହେଉଥିବା ଲବଙ୍ଗ ହିଁ ଡାଇବେଟିସ୍‌ ଉପଚାର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ବ୍ଲଡ୍‌ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ଲବଙ୍ଗ ବ୍ୟବହାର କରି ପାରିବେ। ତେବେ ଆସନ୍ତୁ ଜାଣିବା ଲବଙ୍ଗ କିଭଳି ଭାବେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହାକୁ ସେବନ କରିବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଡାଇବେଟିସ୍‌ ରୋଗୀମାନେ ଏପରି କରନ୍ତୁ ଲବଙ୍ଗ ବ୍ୟବହାର:

-ପ୍ରଥମେ ଏକ ଗ୍ଲାସ୍‌ ପାଣି ନେଇ ସେଥିରେ ୮ରୁ ୧୦ଟି ଲବଙ୍ଗ ସିଝାନ୍ତୁ।

-ଏହାପରେ ସେହି ପାଣିରୁ ଲବଙ୍ଗଗୁଡ଼ିକୁ ବାହାର କରି ସେହି ପାଣିକୁ ସେବନ କରନ୍ତୁ।

-ଡାଇବେଟିସ୍‌ ରୋଗୀ ଏହାକୁ ଅତି କମ୍‌ରେ ୩ ମାସ ପର୍ଯ୍ୟନ୍ତ ସେବନ କରିବା ଉଚିତ। ଏମିତି କରିବା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲ ନିୟନ୍ତ୍ରଣ ହୋଇଥାଏ।

-ସେହିଭଳି ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଲେ ଏହାକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ମଧ୍ୟ ଲବଙ୍ଗ ସେବନ କରିବା ଉଚିତ।

-ଲବଙ୍ଗ ଶରୀରରେ ଥଣ୍ଡାକୁ କମାଇଥାଏ। ମହୁ ସହିତ ମଧ୍ୟ ଆପଣ ଏହାକୁ ଖାଇ ପାରିବେ।

-ଏଥିସହ ଅତ୍ୟଧିକ ଷ୍ଟ୍ରେସ କମାଇବାରେ ଏହା ସାହାଯ୍ୟ କରିଥାଏ। କାରଣ ଲବଙ୍ଗ ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରିଥାଏ।

-ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।