You are currently viewing ଅଧିକ ଲେମ୍ବୁ ଖାଉଥିଲେ  ହୋଇଯାଆନ୍ତୁ ସାବଧାନ

ଅଧିକ ଲେମ୍ବୁ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଯେତେବେଳେ କରୋନା ପ୍ରକୋପ ବଢିଥିଲା ସେବେ ରୋଗପ୍ରତିରୋଧକ ଶକ୍ତି (ଇମ୍ୟୁନିଟି) ବୁଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯାହା ଆମକୁ ସଂକ୍ରମଣଠାରୁ ରକ୍ଷା କରିଥାଏ । ଏଥିପାଇଁ ଲୋକମାନେ ଲେମ୍ବୁର ସେବନ ବଢ଼ାଇଥିଲେ କାରଣ ଏଥିରେ ଭିଟାମିନ୍ ସିର ଭରପୂର ମାତ୍ରା ମିଳିଥାଏ । ଯାହା ଶରୀରରେ ରୋଗପ୍ରତିରୋଧକ କ୍ଷମତା ବଢ଼ାଇବାରେ ସାହାଯ୍ୟ କରିଥାଏ । ଯେଉଁ ଲୋକମାନେ ନିଜ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ମଧ୍ୟ ଲେମ୍ବୁର ସେବନ ବଢ଼ାଇଥାନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଯେଉଁ ଲେମ୍ବୁର ରସକୁ ଆପଣ ଆରାମରେ ପିଉଛନ୍ତି ତାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେବେ ଆପଣ କ’ଣ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ । ଭାରତର ପ୍ରସିଦ୍ଧ ନ୍ୟୁଟ୍ରସିନିଷ୍ଟ ଏକ୍ସପର୍ଟ ନିଖିଲ ମତ୍ସ କହିଛନ୍ତି ଯେ ଯଦି ଆମେ ଲେମ୍ବୁର ଆବଶ୍ୟକତାଠାରୁ ଅଧିକ ସେବନ କରିବା ତେବେ ଆମ ଶରୀରରେ କ’ଣ କ’ଣ କ୍ଷତି ହୋଇପାରେ । ଟନସିଲ୍ ରେ ଅସୁବିଧା: ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ଲେମ୍ବୁ ପାଣିର ସେବନ କରୁଛନ୍ତି ତେବେ ଆପଣଙ୍କ ଗଳାକୁ କ୍ଷତି ପହଞ୍ଚିପାରେ । କାରଣ ଖଟା ଜିନିଷକୁ ଅଧିକ ଖାଇବା ଦ୍ୱାରା ଗଳାରେ ଯନ୍ତ୍ରଣା ଏବଂ ଟନସିଲ୍ ସମସ୍ୟା ହୋଇପାରେ । ଲେମ୍ବୁରେ ଆସିଡିକ୍ ପ୍ରପଟିଜ୍ ବହୁତ୍ ଅଧିକ ଥାଏ ଯାହା ଦାନ୍ତକୁ ସଫେଇ କାମରେ ଆସିପାରେ, କିନ୍ତୁ ଏହାର ଅଧିକ ବ୍ୟବହାର ଦାନ୍ତକୁ କ୍ଷତି ପହଞ୍ଚାଇପାରେ ।

କାରଣ ଲେମ୍ବୁ ରସ ଯଦି ଦାନ୍ତର ସଂସ୍ପର୍ଶରେ ଅଧିକ ଆସୁଛି ତେବେ ଦାନ୍ତର ଉପର ସ୍ତର ଅର୍ଥାତ୍ ଏନାମୋଲକୁ ଖରାପ କରିଥାଏ । ଏଥିପାଇଁ ଯଦି ଆପଣ ଲେମ୍ବୁରେ ତିଆରି ଉତ୍ପାଦର ସେବନ କରୁଛନ୍ତି ତେବେ ସରିବା ପରେ ଦାନ୍ତକୁ ବ୍ରଶ୍ କରିନିଅନ୍ତୁ କିମ୍ବା ପାଣିରେ କୁଳି କରିନିଅନ୍ତୁ । ଲେମ୍ବୁ କୁ ସବୁବେଳେ ଖାଦ୍ୟ ହଜମର ଏକ ଉତ୍ତମ ମାଧ୍ୟମ କୁହାଯାଏ । କିନ୍ତୁ ଯଦି ଆପଣ ବହୁତ ଅଧିକ ଲେମ୍ବୁ ପାଣି ପିଇବେ ତେବେ ଏହାର ଓଲଟା ପ୍ରଭାବ ହୋଇପାରେ । ଲେମ୍ବୁର ଅଧିକ ସେବନ ଯୋଗୁଁ ଏସିଡ୍ ରିଫ୍ଲକ୍ସ ଏବଂ ଗ୍ୟାଷ୍ଟ୍ରୋସୋଫେଗଲ ରିଫ୍ଲକ୍ସ ଭଳି ରୋଗ ହୋଇପାରେ । ଆପଣଙ୍କ ପାଚନ ତନ୍ତ୍ର ଗଡ଼ବଡ଼ ହୋଇପାରେ ଏବଂ ବାନ୍ତି ମଧ୍ୟ ହୋଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।