ନଡ଼ିଆ ଓ ନଡ଼ିଆ ପାଣିର ଫାଇଦା ବିଷୟରେ ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କେବେ ନଡ଼ିଆରେ ଚା’ ପ୍ରସ୍ତୁତ ହେବା କଥା ଶୁଣିଛନ୍ତି? ଏହି ଚା’ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ନଡ଼ିଆ କ୍ଷୀରରେ ଗ୍ରୀନ୍ ଟି କିମ୍ବା ବ୍ଲାକ୍ ଟି ମିଶାଇ ନଡ଼ିଆ ଚା’ ପ୍ରସ୍ତୁତ କରାଯାଏ। ଅତ୍ୟଧିକ ଥଣ୍ଡା ଥିବା ସ୍ଥାନରେ ଲୋକମାନେ ଏହି ଚା’ ପିଇଥାନ୍ତି।
ନଡ଼ିଆ ଚା’ରେ ପ୍ରଚୁର ପରିମାଣରେ ଲରିକ୍ ଏସିଡ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ଆଇରନ୍, ପୋଟାସିୟମ୍ ଓ ଫାଇବର ରହିଥାଏ। ଏସବୁ ତତ୍ତ୍ୱ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ନଡ଼ିଆ ଚା’ ର ଫାଇଦା ସମ୍ପର୍କରେ…
• ତ୍ୱଚାକୁ ଦାଗ ମୁକ୍ତ କରିବା ସହ ମୁଲାୟମ୍ ରଖିବାରେ ଏହି ଚା’ ସାହାଯ୍ୟ କରିଥାଏ।
• ନଡ଼ିଆରେ ଭିଟାମିନ୍ ସି ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
• ନଡ଼ିଆ ଚା’ ଶରୀରର ପାଚନ ଶକ୍ତିକୁ ତ୍ୱରାନ୍ଵିତ କରିବା ସହ ଅତିରିକ୍ତ ଚର୍ବିକୁ ବାହାର କରିଥାଏ। ଫଳରେ ମୋଟାପଣରୁ ମୁକ୍ତି ମିଳିଥାଏ।
• ଏଥିସହ ହାର୍ଟକୁ ସୁସ୍ଥ ରଖିବାରେ ନଡ଼ିଆ ଚା’ ସାହାଯ୍ୟ କରିଥାଏ। ଏଥିରେ ଥିବା ଲରିକ ଏସିଡ୍ ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖେ। ଫଳରେ ହୃଦୟ ସମ୍ବନ୍ଧିତ ରୋଗର ଆଶଙ୍କା କମ ହୋଇଥାଏ।