You are currently viewing ଜାଣନ୍ତୁ କେଶ କାହିଁକି ଝଡିଥାଏ

ଜାଣନ୍ତୁ କେଶ କାହିଁକି ଝଡିଥାଏ

ବେଳେବେଳେ ଶରୀରରେ ଏମିତି କିଛି ଭିଟାମିନ୍‌ର ଅଭାବ ରହିଥାଏ, ଯଦ୍ଦ୍ଵାରା ଲୋକେ କେଶ ଝଡ଼ିବା ସମସ୍ୟାକୁ ସାମ୍ନା କରି ଥାଆନ୍ତି। କେଶ ଝଡ଼ିବା ପଛରେ କିଛି ଭିଟାମିନ୍ସ ଦାୟୀ ହୋଇଥାଏ। ଏହି ଦୃଷ୍ଟିରୁ ଲୋକମାନଙ୍କୁ ଏହି ଭିଟାମିନ୍‌ଗୁଡ଼ିକ ବିଷୟରେ ଜାଣିବା ନିହାତି ଜରୁରୀ। ଆଜି ଆମେ ଆପଣଙ୍କୁ କହିବୁ, କେଶ ଝଡ଼ିବା ପଛରେ କେଉଁ ଭିଟାମିନ୍‌ ଦାୟୀ ହୋଇପାରେ। ଆସନ୍ତୁ ଜାଣିବା ଏ ବିଷୟରେ: ଯଦି ଆପଣଙ୍କ ଶରୀରରେ ଭିଟାମିନ୍ ଏର ଅଭାବ ଥାଏ, ତା’ ହେଲେ ଏହାର ଏକ ଲକ୍ଷଣ ରୂପେ କେଶ ଝଡ଼ିଥାଏ। ଭିଟାମିନ୍ ଏ ଶରୀରର ସମସ୍ତ କୋଶିକାର ବିକାଶରେ ସହାୟକ ହୋଇଥାଏ। ଏମିତିରେ ଏହା କେଶର ଟିସୁ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଏହାର ଅଭାବ ହେଲେ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ।

ଯଦି ବ୍ୟକ୍ତିର ଶରୀରରେ ଭିଟାମିନ୍ ବି୭ର ଅଭାବ ରହିଥାଏ, ତା’ ହେଲେ ମଧ୍ୟ କେଶ ଝଡ଼ିଥାଏ। କହି ରଖୁଛୁ କି, ଭିଟାମିନ୍ ବି୭ ଶରୀରରେ ଲାଲ ରକ୍ତ କଣିକା ନିର୍ମାଣ କରେ, ଯେଉଁ କାରଣରୁ କେଶ ମୂଳରେ ରକ୍ତ ପ୍ରବାହ ଭଲ ହୋଇଥାଏ ଏବଂ କେଶର ବିକାଶ ହୋଇଥାଏ। ଯେତେବେଳେ ଶରୀରରେ ଭିଟାମିନ୍ ସିର ଅଭାବ ହୁଏ, ସେତେବେଳେ ମଧ୍ୟ କେଶ ବୃଦ୍ଧି ବନ୍ଦ ହୋଇଯାଏ। ଏଥି ସହିତ ଭିଟାମିନ୍ ସି ଯୋଗୁ କେଶ ମଧ୍ୟ ଜଲ୍‌ଦି ପାଚି ଯାଇଥାଏ। କହି ରଖୁଛୁ, ଭିଟାମିନ୍ ସିର ଅଭାବରୁ କୋଲେଜନ୍‌ ନାମକ ପ୍ରୋଟିନ୍ କମିବା ଆରମ୍ଭ କରିଥାଏ, ଯେଉଁ କାରଣରୁ କେଶ ଝଡ଼ିବା ଆରମ୍ଭ ହୋଇ ଯାଇଥାଏ। ଯେତେବେଳେ ଶରୀରରେ ଭିଟାମିନ୍ ଡିର ଅଭାବ ହୁଏ, ସେତେବେଳେ ବ୍ୟକ୍ତିର କେଶ ଝଡ଼ିବା ଆରମ୍ଭ ହୁଏ।

ଅନ୍ୟମାନଙ୍କୁ ଜଣାନ୍ତୁ।