You are currently viewing ଘରୋଇ ଉପାୟରେ ବେକରୁ ଦୂର କରନ୍ତୁ ଟ୍ୟାନିଙ୍ଗ ସମସ୍ୟା

ଘରୋଇ ଉପାୟରେ ବେକରୁ ଦୂର କରନ୍ତୁ ଟ୍ୟାନିଙ୍ଗ ସମସ୍ୟା


ଗରମ ଦିନରେ ଝାଳ ବାହାରୁଥିବାରୁ ପ୍ରାୟତଃ ବେକରେ ଟ୍ୟାନିଙ୍ଗ ପଡିଥାଏ । ଫଳରେ ବେକ କଳା ପଡିବା ଆରମ୍ଭ ହୋଇଥାଏ । ବେକ କଳା ପଡିବା ଯୋଗୁ ଆପଣଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ମଧ୍ୟ ପହିଥାଏ । ଯଦି ଆପଣ ଏହି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣାନ୍ତୁ କିଛି ଘରୋଇ ଉପାୟ । ଯାହଦ୍ୱାରା ଅଳ୍ପ ଦିନରେ ଆପଣଙ୍କ ବେକ ପୁରା ସଫା ହୋଇଯିବ ।
ବେକରେ ଟ୍ୟାନିଙ୍ଗକୁ ହଟାଇବା ପାଇଁ ଆପଣ କଞ୍ଚା ଅମୃତ ଭଣ୍ଡାକୁ ପେଷ୍ଟ କରି ସେଥିରେ କିଛି ଗୋଲାପ ଜଳ ଓ ଦହି ମିଶାଇ ବେକରେ ଲଗାନ୍ତୁ । ୧୫ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ବେକ ସଫା ହୋଇଯାଇଥାଏ ।

ବେକକୁ ସଫା କରିବା ପାଇଁ ଆପଣ ବେସନ, କ୍ଷୀର, ହଳଦୀକୁ ମଧ୍ୟ ବ୍ୟବହାର କରିପାରିବେ । ଏକ ଚାମଚ ବେସନ ଓ ଏକ ଚାମଚ କ୍ଷୀରରେ ଅଳ୍ପ ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବେ ଏହାକୁ ବେକରେ ଲଗାନ୍ତୁ । ଏହାକୁ ବେକରେ ଲଗାଇ ସ୍କ୍ରବ କରନ୍ତୁ ।
ବେକରୁ ଟ୍ୟାନିଙ୍ଗ ଦୂର କରିବା ପାଇଁ ଆପଣ ମହୁ ଏବଂ ଲେମ୍ବୁର ବ୍ୟବହାର କରିପାରିବେ । ଏକ ଚାମଚ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ବେକରେ ଲଗାଇ ୧୫/୨୦ ମିନିଟ ପରେ ଧୋଇ ଦିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।