ଜାଣନ୍ତୁ ଚନ୍ଦାପଣ ଦୂର କରିବାର ଉପାୟ

କେଶ ଝଡିବାର ଅନେକ କାରଣ ରହିଥାଏ । ଯେପରି ଡାଏଟ୍ ଏବଂ ଷ୍ଟେସ୍ । କିନ୍ତୁ କିଛି ଲୋକଙ୍କୁ ଅଧିକ ମାତ୍ରାରେ ଏହି ସମସ୍ୟାର ସାମ୍ନା କରିବାକୁ ପଡେ । ଧୀରେ ଧୀରେ ଚନ୍ଦାପଣ ଏମାନଙ୍କ ଠାରେ ଦେଖିବାକୁ ମିଳେ । ଏଥିରୁ ମୁକ୍ତି ପାଇଁ ଏଭଳି କିଛି ଜିନିଷ ବ୍ୟବହାର କରନ୍ତୁ ଯାହା ଦ୍ୱାରା କେଶ ଝଡିବା କମ୍ ହେବା ସହ ଗ୍ରୋଥ୍ ହେବା ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଟପ୍ସ

ମସାଜ :ସ୍କାଲ୍ପରେ ମସାଜ କରିବା ଦ୍ୱାରା ବ୍ଲଡ୍ ସରକ୍ୟୁଲେସନ୍ ବଢିଥାଏ । ଯାହା ଦ୍ୱାରା ହେୟାର ଗ୍ରୋଥ ମଧ୍ୟ ଭଲ ହୋଇଥାଏ । ତେଣୁ ଯେକୌଣସି ଭଲ ହେୟାର ଅଏଲ ନେଇ ହାଲୁକା ହାତରେ ମସାଜ କରନ୍ତୁ ।

ନଡିଆ ତେଲ ସ୍କାଲ୍ପକୁ ମଜବୁତ କରିଥାଏ । ଏଥିରେ ଫ୍ୟାଟକ୍ ଏସିଡ୍ ରହିଥାଏ, ଯାହା କେଶକୁ ସଫ୍ଟ କରିବା ସହ କେଶ ଝଡିବା ସମସ୍ୟା କମ୍ କରିଥାଏ । ସପ୍ତାହକୁ ଅତି କମ୍‌ରେ ୨ ଥର ନଡିଆ ତେଲ ମମସାଜ କରନ୍ତୁ । ଶାମ୍ପୁ କରିବା ପୂର୍ବରୁ ବା ସାରାରାତି ରଖନ୍ତୁ ।

ଅଁଳାରେ ଫ୍ୟାଟି ଏସିଡ୍ ଭରପୁର ମାତ୍ରାରେ ରହିଥାଏ । ଯାହା କେଶକୁ ମଜବୁତ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଫ୍ୟାଟି ଏସିଡ୍ ସମୟ ପୂର୍ବରୁ ବାଳକୁ ଧଳା ହେବାକୁ ଦିଏନାହିଁ ।

ଜଡା ତେଲ କେଶ ପାଇଁ ଚମତ୍କାରୀରୁ କମ୍ ନୁହେଁ । ଏଥଇରେ ପ୍ରୋଟିନ୍‌, ଭିଟାମିନ୍‌-ଇ ଏବଂ ବିଭିନ୍ନ ପ୍ରକାରର ମିନେରାଲ୍ସ ଥାଏ । ଏହି ତେଳକୁ ସିଧା ସଳଖ କେଶରେ ଲଗାଯାଏ ନାହିଁ । ଏହାକୁ ଅଲିଭ୍ ଅଏଲ୍ ବା ନଡିଆ ତେଲରେ ମିଶାଇ ଲଗାଯାଏ ।

ପିଆଜ ରସ ବ୍ଲଡ ସରକ୍ୟୁଲେସନ୍ କୁ ବଢାଇଥାଏ, ଯାହା ଦ୍ୱାରା କେଶର ଗ୍ରୋଥ ଭଲ ହୋଇଥାଏ । ଏଲୋପୋସିୟା ଏରିଟା ନାମକ ରୋଗରୁ ମୁକ୍ତି ପାଇବା ପାଇଁ ପିଆଜ ରସ ଭଲ କାମ ଦେଇଥାଏ । ଏହି ରୋଗ କାରଣରୁ ଶରୀରର ବିଭିନ୍ନ ସ୍ଥାନରୁ ବାଳ ଝଡିବା ଆରମ୍ଭ ହୁଏ । ଶ୍ୟାମ୍ପୁ କରିବାର ୧୫ ମିନିଟ୍ ପୂର୍ବରୁ ପିଆଜ ରସ ଲଗାଇବା ଉଚିତ ।

ଳେମ୍ବୁ କେଶ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା କେଶ ଧ୍ରୁତ ଗତିରେ ବଢିଥାଏ । ଲେମ୍ବୁକୁ ସିଧାସଳଖ ଆପଣ ବାଳରେ ଲଗାଇପାରିବେ ନାହିଁ କୌଣସି ତେଲରେ ମିଶାଇ ଳଗାଇବେ ।

Leave A Reply

Your email address will not be published.