ମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?

ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ହୋଇଥାଏ ।  ସୁସ୍ଥ ରହିବା ପାଇଁ ଡାକ୍ତରମାନେ ନିଜ ଦୈନନ୍ଦିନ ଡାଏଟରେ ଫଳ ଖାଇବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି।  ଫଳ ଭିତରେ ଅମୃତଭଣ୍ଡାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।  ଯାହାକୁ କଞ୍ଚାରେ ଏବଂ ପାଚିଲାରେ ଖିଆଯାଇଥାଏ। ପାଚିଲା ଭଣ୍ଡାକୁ ଆପଣ ଫଳ ଭାବରେ ଖାଉଥିବାବେଳେ କଞ୍ଚା ଭଣ୍ଡାକୁ ଆପଣ ଭାଜି କରି କିମ୍ବା ତରକାରୀ କରି ଖାଇପାରିବେ ।  ଏମିତିରେ ଅମୃତଭଣ୍ଡାରେ ଅନେକ ପ୍ରକାରର ପୋଷକତତ୍ତ୍ୱ ରହିଛି । ଯେପରି ଭିଟାମିନ, ଏଞ୍ଜାଇମ ସମେତ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟସ ବି ମହଜୂତ ଥାଏ । 

ପେଟ ସମ୍ବନ୍ଧୀୟ ସମସ୍ୟା ଥିଲେ ଅମୃତଭଣ୍ଡା ଖାଇବା ଲାଭଦାୟୀ ହୋଇଥାଏ | କଞ୍ଚା ଭଣ୍ଡାରେ ଥିବା ଭିଟାମିନ ଇ, ସି, ବି, ଏ, ମ୍ୟାଗନେସିୟମ, ପୋଟାସିୟମ, ମିନେରାଲ୍ସ ପରି ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ ।   ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡାରୁ ଶରୀରକୁ କଣ କଣ ଲାଭ ମିଳିଥାଏ ।

କଞ୍ଚା ଭଣ୍ଡାରେ ଏଞ୍ଜାଇମ, ନ୍ୟୁଟ୍ରିଏଣ୍ଟସ ପ୍ରଚୁର ଥାଏ ।  ଯାହାକୁ ଖାଇବା ଦ୍ୱାରା ମହିଳାଙ୍କୁ ପିରିୟଡ଼ସ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।କଞ୍ଚା ଅମୃତଭଣ୍ଡା ଆପଣଙ୍କ ଶରୀରରେ ଅକ୍ସିଟୋସିନ ଓ ପ୍ରୋସ୍ଟାଇଙ୍ଗଡିନ ନାମକ ହର୍ମୋନ ବଢ଼ାଇଥାଏ, ଯାହା ପିରିୟଡ଼ସ ସମୟରେ ହେଉଥିବା ଦରଜରୁ ମୁକ୍ତି ଦେଇଥାଏ ।

ମହିଳାଙ୍କ ଠାରେ ଅଧିକ ୟୁରିନ ଇନଫେକ୍ସନର ସମସ୍ୟା ଦେଖାଯାଏ। ଏହି ସମସ୍ୟାରୁ କିଛିଟା ମୁକ୍ତି ପାଇବା ପାଇଁ ଆପଣ କଞ୍ଚା ଭଣ୍ଡା ଖାଇପାରିବେ । ଏହା ଆପଣଙ୍କ ଶରୀରରେ ଇନଫେକ୍ସନ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ଠାରୁ ମୁକ୍ତି ଦିଏ ।

ସେହିଭଳି ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଅମୃତଭଣ୍ଡା ଲାଭଦାୟକ ହୋଇଥାଏ।  କାରଣ କ୍ଷୀର ଉତ୍ପାଦନରେ ଏହା ସାହାଯ୍ୟ କରେ ।  ମା’ ଠାରେ କ୍ଷୀର ହେଲେ ଶିଶୁକୁ ମଧ୍ୟ ଆବଶ୍ୟକତା ଅନୁସାରେ କ୍ଷୀର ମିଳିପାରେ।

ବୟସ ବଢିବା ସହିତ ଆଖିର ଜ୍ୟୋତି କମିବାକୁ ଲାଗିଥାଏ ।  ଏମିତିରେ ଆପଣ କଞ୍ଚା ଭଣ୍ଡାକୁ ନିଜ ଡାଏଟରେ ସାମିଲ କରିପାରିବେ ।  ଏଥିରେ ଥିବା ଭିଟାମିନ ଏ ଆଖିର ଜ୍ୟୋତି ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଏସବୁ ବ୍ୟତୀତ ଅମୃତଭଣ୍ଡାରେ ଥିବା ବିଭିନ୍ନ ପ୍ରକାର ଭିଟାମିନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଏଥିରେ ଥିବା ଫାଇବର ତଥା ଏଞ୍ଜାଇମ ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।

Leave A Reply

Your email address will not be published.

one × one =