ତ୍ୱଚାର ଯତ୍ନ ନେବ ଛିଣ୍ଡା କ୍ଷୀର

ଘରର ଅଧିକାଂଶ ମହିଳା କ୍ଷୀର ଛିଣ୍ଡି ଗଲେ ସେଥିରୁ ପନିର ତିଆରି କରିଦିଅନ୍ତି। ଏହା କରିବାବେଳେ, ପ୍ରାୟତଃ ସେମାନେ ଛିଣ୍ଡି ଯାଇଥିବା କ୍ଷୀରର ପାଣିକୁ ଫୋପାଡି ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି ଛିଣ୍ଡି ଯାଇଥିବା କ୍ଷୀରର ଏହି ପାଣି ଆପଣଙ୍କ ସୌନ୍ଦର୍ଯ୍ୟରେ ଚାରଚାନ୍ଦ ଲଗାଇବା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ। ଆସନ୍ତୁ ଜାଣିବା ଏଥିରୁ କିପରି ଲାଭ ପାଇ ପାରିବେ।

ଚହେରାର ଚମକ ବଢାଏ : ଛିଣ୍ଡି ଯାଇଥିବା କ୍ଷୀରର ପାଣିରେ ଭଲ ପରିମାଣର ଲାକ୍ଟିକ୍ ଏସିଡ୍ ରହିଥାଏ। ଯାହା ଚର୍ମ ପାଇଁ ବହୁତ ଲାଭଦାୟକ। ଏହାକୁ ବ୍ୟବହାର କରିବା ପାଇଁ ଛିଣ୍ଡି ଯାଇଥିବା କ୍ଷୀରର ପାଣିରେ ୧ ମଗ ପାଣି ମିଶାଇ ମୁହଁ ଧୁଅନ୍ତୁ। ଏହା ବ୍ୟତୀତ, ଆପଣ ସ୍ନାନ କରିବା ସମୟରେ ଏକ ବାଲ୍ଟି ପାଣିରେ ୨-୩ କପ୍ ଛିଣ୍ଡି ଯାଇଥିବା କ୍ଷୀରର ପାଣି ମିଶାଇ ଗାଧୋଇ ପାରିବେ। ଏହି ଜଳରେ ମାଇକ୍ରୋବାୟଲ୍ ଗୁଣ ରହିଥାଏ। ଯାହା ଚର୍ମର ଡେଡ୍ ସ୍କିନ୍ ସେଲ୍ସକୁ ବାହାର କରି ଚେହେରାର ଚମକ ବଢାଇବାରେ ସାହାଯ୍ୟ କରେ।

କେଶକୁ ସାଇନ୍ ଏବଂ ସପ୍ଟ କରେ : ଯଦି ଆପଣ ଶୁଖିଲା ଏବଂ କେଶ ଝଡ଼ିବାର ସମସ୍ୟାରେ ଚିନ୍ତିତ ଥାଆନ୍ତି, ତେବେ ସର୍ବପ୍ରଥମେ, କେଶକୁ ସାମ୍ପୁ କରିବା ପରେ, ଛିଣ୍ଡି ଯାଇଥିବା କ୍ଷୀରର ପାଣିରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହି ଜଳକୁ ଆପଣଙ୍କ କେଶରେ ୩-୪ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହା ପରେ କେଶକୁ ସାଧା ପାଣିରେ ଧୋଇ ଦିଅନ୍ତୁ। ଆପଣଙ୍କ କେଶ ପୂର୍ବ ଅପେକ୍ଷା ଅଧିକ ଚମକଦାର ଏବଂ ରେଶମୀ ଦେଖାଯିବ। ଛଣ୍ଡି ଯାଇଥିବା କ୍ଷୀରର ପାଣିରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଥାଏ। ଏହାକୁ ଜୁସ୍‌ରେ ମିଶାଇବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍ ବଢିଥାଏ, ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ।

Leave A Reply

Your email address will not be published.

one × two =