You are currently viewing ମହାଭାରତ ଯୁଗର ରହସ୍ୟମୟ ଗୁମ୍ଫା !

ମହାଭାରତ ଯୁଗର ରହସ୍ୟମୟ ଗୁମ୍ଫା !

ଆଜି ବି ଦୁନିଆରେ ଏପରି କିଛି ସ୍ଥାନ ରହିଛି , ଯେଉଁଠାରେ କିଛି ନା କିଛି ରହସ୍ୟ ଲୁଚି ରହିଛି । ଯେଉଁ ବିଷୟରେ ଲୋକମାନେ ଅଜଣା ରହିଛନ୍ତି । ଆଜି ଆମେ ଆପଣଙ୍କୁ ମହାଭାରତ ସମୟର ଏକ ରହସ୍ୟମୟ ଗୁମ୍ଫା ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ କିଛି ଅଜଣା ରହସ୍ୟ ଲୁଚି ରହିଛି । ଏହି ରହସ୍ୟମୟ ଗୁମ୍ଫା ଉତ୍ତରାଖଣ୍ଡର ମାଣା ଗ୍ରାମରେ ଅଛି | ଏହି ଗାଁକୁ ‘ହିନ୍ଦୁସ୍ତାନର ଶେଷ ଗ୍ରାମ’ ବା ‘ଉତ୍ତରାଖଣ୍ଡର ଶେଷ ଗ୍ରାମ’ ବୋଲି ମଧ୍ୟ କୁହାଯାଏ ।

ତେବେ ଏହି ରହସ୍ୟମୟ ଗୁମ୍ଫାର ନାମ ହେଉଛି ‘ବ୍ୟାସ ଗୁମ୍ଫା’ ଯାହାକି ଉତ୍ତରାଖଣ୍ଡର ମାଣାଠାରେ ରହିଛି । ଏହି ଗୁମ୍ଫାଟି ଅତି ଛୋଟ । କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ମହର୍ଷି ବେଦବ୍ୟାସ ଏହି ଗୁମ୍ଫାରେ ରହି ବେଦ ଏବଂ ପୁରାଣ ସଂକଳନ କରିଥିଲେ | ଏହି ଗୁମ୍ଫା ବିଷୟରେ ଏହା ମଧ୍ୟ ଶୁଣିବାକୁ ମିଳେ ଯେ, ଏହିଠାରେ ମହର୍ଷି ବେଦ ବ୍ୟାସ ଭଗବାନ ଗଣେଷଙ୍କ ସହାୟତାରେ ମହାକାବ୍ୟ ମହାଭାରତ ରଚନା କରିଥିଲେ । ଏହାବ୍ୟତୀତ ଏହି ଗୁମ୍ଫାର ଛାତ ବିଷୟରେ ଲୋକଙ୍କ ମଧ୍ୟରେ ଏକ ରହସ୍ୟମୟ ଧାରଣା ରହିଛି କୁହାଯାଏ ଯେ ଏହି ଛାତ ହେଉଛି ମହାଭାରତର କାହାଣୀର ଏକ ଅଂଶ, ଯାହା ବିଷୟରେ ମହର୍ଷି ବେଦ ବ୍ୟାସ ଏବଂ ଭଗବାନ ଗଣେଶ ହିଁ ଜାଣିଛନ୍ତି, ସେମାନଙ୍କ ବ୍ୟତୀତ ଅନ୍ୟ କେହି ଏହା ବିଷୟରେ ଜାଣିନାହାନ୍ତି |

ବିଶ୍ୱାସ କରାଯାଏ ଯେ ମହର୍ଷି ବେଦବ୍ୟାସ ଭଗବାନ ଗଣେଷଣଙ୍କ ଦ୍ବାରା ମହାଭାରତର କିଛି ପୃଷ୍ଠା ଲେଖାଇଥିଲେ, କିନ୍ତୁ ସେ ପୃଷ୍ଠାଗୁଡିକୁ ସେ ମହାଭାରତରେ ଯୋଡି ନଥିଲେ । ସେ ନିଜ ଶକ୍ତିରେ ସେହି ପୃଷ୍ଠାଗୁଡ଼ିକୁ ପଥରରେ ପରିଣତ କରିଦେଇଥିଲେ। ତେବେ ସେହି ରହସ୍ୟମୟ ପୃଷ୍ଠାଗୁଡିକ ‘ବ୍ୟାସ ପୋଥୀ’ ନାମରେ ଜଣାଶୁଣା । ତେବେ ସେହି ପୋଥୀରେ କେଉଁ ରହସ୍ୟ ଲୁଚି ରହିଥିଲା, ଯାହାକୁ ବେଦବ୍ୟାସ ମହାକାବ୍ୟରେ ମିଶାଇଲେ ନାହିଁ ? ତେବେ ମହାଭାରତର ଏହି ‘ହଜିଯାଇଥିବା ଅଧ୍ୟାୟ’ ସତ ନା କାହାଣୀ ତାହା କେହି ଜାଣନ୍ତି ନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।