ଓଜନ ସମସ୍ୟା ପାଇଁ ଚିନ୍ତିତ କି

ଆଜିକାଲି ପ୍ରାୟ ସମସ୍ତେ ଓଜନ ବଢୁଥିବା ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି । କିନ୍ତୁ ସେମାନେ ଚାହିଁଲେ ବି ପେଟର ଚର୍ବିକୁ କମାଇ ପାରୁନାହାନ୍ତି । କାରଣ ବ୍ୟସ୍ତବହୁଳ ଜୀବନ ଏବଂ ବ୍ୟାୟମ ପାଇଁ ସମୟର ଅଭାବ ହେତୁ ଏସବୁ ସମ୍ଭବ ହେଉନାହିଁ । କିନ୍ତୁ କଥାରେ ଅଛି ନା ଅବ ଯାଗୋ ତୋ ସବେରା । ତେଣୁ ଓଜନ କମ୍ କରିବାର ଆରମ୍ଭ ଆଜିଠାରୁ ହିଁ କରନ୍ତୁ । ତେବେ ଚାଲନ୍ତୁ ଜାଣିବା କ\’ଣ ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହୁଛୁ ଯାହାକୁ ଆପଣ ମସଲା ରୂପରେ ବ୍ୟବହାର କରୁଛନ୍ତି ।ା ଲବଙ୍ଗ ହେଉଛି ସମସ୍ତଙ୍କ ରୋଷେଇ ଘରର ଏକ ପ୍ରମୁଖ ଅଂଶ । ଖାଦ୍ୟର ସ୍ୱାଦକୁ ବଢାଇବା ପାଇଁ ଏହାର ବ୍ୟବହାର କରାଯାଇଥାଏ । କିନ୍ତୁ କ\’ଣ ଆପଣ ଜାଣିଛନ୍ତିକି ଆମ ଶରୀରରେ ଚର୍ବିକୁ ହଟାଇବାରେ ମଧ୍ୟ ଏହା ବହୁତ ସାହାର୍ଯ୍ୟକାରୀ ହୋଇଥାଏ ।

ନଖ ଠାରୁ ମଧ୍ୟ ଛୋଟ ଦେଖାଯାଉଥିବା ଲବଙ୍ଗରେ ଥିବା ନ୍ୟୁଟ୍ରିଏଣ୍ଟସ୍ ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଥିରେ ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଇ, ଭିଟାମିନ କେ, ପ୍ରୋଟିନ , କାର୍ବୋହାଇଡ୍ରେଟସ ଫାଇବର ଆଦି ଥାଏ । ଏହା ଖାଇବା ଦ୍ୱାରା ମୋଟାବେଲଜିୟମ ବୁଷ୍ଟ ହୋଇଥାଏ । ଯାହାର ଅସର ଆମ ଶରୀରର ଓଜନ ଉପରେ ପଡିଥାଏ ଏବଂ ଧୀରେ ଧୀରେ ଚର୍ବି କମିବାକୁ ଲାଗିଥାଏ । ଏହାଛଡା ଯଦି ଆପଣ ଶୀଘ୍ର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଜିରା ଏବଂ ଡାଲଚିନିକୁ ସମାନ ଭାବରେ ନିଅନ୍ତୁ । ଏହାକୁ ଗୁଣ୍ଡ କରି ଏଥିରେ ଏକ ଗ୍ଲାସ ପାଣି ସହ ଏକ ଚାମଚ ମହୁ ମିଶାଇ ଏହାକୁ ଫୁଟାନ୍ତୁ । ଏହାକୁ ଯଦି ଆପଣ ପ୍ରତିଦିନ ଖାଲି ପେଟରେ ପିଉଛନ୍ତି ତେବେ ବହୁତ ଶୀଘ୍ର ଆପଣଙ୍କ ଶରୀରର ଚର୍ବି କମିଯିବ ।

Leave A Reply

Your email address will not be published.

4 × one =