ବାଇଗଣ ଦୂର କରିବ ଚେହେରାରୁ ଦାଗ

ଯଦି ଆପଣ ଚେହେରାରେ ବ୍ରଣର ସମସ୍ୟାର ଦେଖାଯାଉଛି ତେବେ ମୁହଁରେ ଦାଗର ସମସ୍ୟା ଦେଖାଯାଏ । ଯାହା ସହଜରେ କମେନାହିଁ । ମୁର୍ହରୁ ଏହି ଡାର୍କ ସ୍ପଟ ଦୂର କରିବା ପାଇଁ ଜରୁରୀ ନୁହେଁକି ଆପଣ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିବା ଆବଶ୍ୟକ । କାଣଣ ଏଥିପାଇଁ ଅନେକ ଘରୋଇ ଉପାୟ ମଧ୍ୟ ଅଛି । ସାଧାରଣତଃ ଆମେ ବାଇଗଣକୁ ଖାଦ୍ୟ ରୂପେ ବ୍ୟବହାର କରିଥାଉ । କିନ୍ତୁ କ’ଣ ଆପଣ ଜାଣିଛନ୍ତିକି ବାଇଗଣର ବ୍ୟବହାର ସୁନ୍ଦରତା ବଢାଇବା ପାଇଁ ମଧ୍ୟ କରାଯାଇଥାଏ । ବାଇଗଣ ଦ୍ୱାରା ଆପଣଙ୍କ ଚେହେରାରୁ ଦାଗ ମଧ୍ୟ ଦୂର ହୋଇପାରିବ ।
ଗରମ ଦିନରେ ଅତ୍ୟଧିକ ଖରା ଓ ଗରମ ପବନ ଯୋଗୁ ଚେହେରାରେ ଟ୍ୟାନିଙ୍ଗ ହେବାଭଳି ସମସ୍ୟା ଦେଖାଯାଏ । ବାଇଗଣ ଆପଣଙ୍କ ଚେହେରାକୁ ଏଥିପାଇଁ ସାହାର୍ଯ୍ୟ କରିପାରିବ ।

ଏହାର ରସରେ ଫାଇଟ୍ରୋ ନ୍ୟୁଟ୍ରିଏଣ୍ଟସ ଥାଏ । ଯାହା ଚେହେରାରେ ହେଉଥବା ପୋଡାଜଳାକୁ ଦୂର କରିଥାଏ । ଚେହେରାରେ ପ୍ରଦୂଷଷ ଓ ଏପଟସେପଟ ଖାଦ୍ୟପେୟର ଖରାପ ପ୍ରଭାବ ପଡିଥାଏ । ଏହାଦ୍ୱାରା ତ୍ୱଚା ରୁଖା ହୋଇଯାଇଥାଏ । ବାଇଗଣ ଚେହେରାକେୁ ହାଇଡ୍ରେଟ ରଖିବା ସହ ଚେହେରାକୁ ମୁଲାୟମ କରିଥାଏ । ବୟସ ବଢିବା ସହ ଏହାର ପ୍ରଭାବରେ ହେଉଥିବା ରୋଗକୁ ରୋକିବା କଷ୍ଟକର ହୋଇଥାଏ । ଏଥିପାଇଁ ବାଇଗଣର ଫେସ ମାସ୍କ ତିଆରି କରିପାରିବେ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥାଏ ଯାହା ଫ୍ରି ରେଡିକଲସ୍ ସହ ଲଢିବାରେ ସାହାର୍ଯ୍ୟ କରେ ଏବଂ ଏହା ସହ ଚେହେରାରୁ ଦାଗକୁ ଦୂରେଇ ଦେଇଥାଏ ।

Leave A Reply

Your email address will not be published.

twenty − 1 =