ଦୂର କରନ୍ତୁ ଆଖିତଳର କଳାଦାଗ

ଆଖିର ସୁନ୍ଦରତା ଆପଣଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥାଏ । କିନ୍ତୁ ଆପଣ ଦେଖିଥିବେ କି କିଛି ଲୋକଙ୍କ ଆଖିତଳେ କଳାଦାଗ ପଡିଥାଏ । କେବେ ଆପଣ ଭାବିଛନ୍ତି କି ଏହି ଦାଗ କ’ଣ ପାଇଁ ହେଉଛି । ଆଜିକାଲିର ଖରାପ ଜୀବନଶୈଳୀ ଓ ପାଣି କମ୍ ପିଇବା ଦ୍ୱାରା ଏହା ହୋଇଥାଏ । ଏହାଛଡା ଆହୁରି ଅନେକ କାରଣ ମଧ୍ୟ ଥାଏ । ତେବେ ଆସନ୍ତୁ ଜାଣିବା ସେ କାରଣ ବିଷୟରେ ।
୧. ବୟସ ବଢିବା : ବୟସ ବଢିବା ଦ୍ୱାରା ମଧ୍ୟ ଆଖିତଳେ କଳାଦାଗ ପଡିଥାଏ । ବୟସ ବଢିବା ଦ୍ୱାରା ଚେହେରାରେ କୋଲେଜନର ମାତ୍ରା କମ୍ ହୋଇଥାଏ । ଏହାଦ୍ୱାରା ତ୍ୱଚା ଢିଲା ହୋଇଯାଇଥାଏ ଏବଂ ଆଖିତଳେ କଳାଦାଗ ପଡିଥାଏ ।
୨. ହାଲିଆ ହେବା ଓ ଭଲ ନିଦ୍ରା ନହେବା : ପ୍ରାୟ ସମୟରେ ହାଲିଆପଣ ଏବଂ ଭଲ ନିଦ ନହେବା କାରଣରୁ ମଧ୍ୟ ଆଖିତଳ କଳାପଡିଥାଏ । ଭଲ ନିଦ ନହେବା କାରଣରୁ ତ୍ୱଚା ଦୁର୍ବଳ ହୋଇଯାଇଥାଏ । ଏବଂ ଭିତରକୁ ଭିତରକୁ ପଶିବାକୁ ଲାଗେ ।
୩. ଭିଟାମିନର ଅଭାବ : ଯଦି ଆପଣଙ୍କ ଶରୀରରେ ଭିଟାମିନର ଅଭାବ ଥାଏ ତେବେ ଆପଣଙ୍କ ଆଖି ଭିତରକୁ ପଶିଗଲା ଭଳି ଜଣାପଡିଥାଏ । ସେଥିପାଇଁ ଭିଟାମିନର ଅଭାବକୁ ଦୂର କରିବା ପାଇଁ ଭିଟାମିନ ଓ ଆଇରନରେ ଭରପୁର ଖାଦ୍ୟ ଖାଇବା ଆବାଶ୍ୟକ ।

୪. ଡିହାଇଡ୍ରେସନ : ଗରମ ଦିନରେ ଡିହାଇଡ୍ରେଶନ ସମସ୍ୟା ବହୁତ ଦେଖାଯାଏ । ଏଥିପାଇଁ ଆଖିତଳ କଳାପଡିଥାଏ । ଏଡାକୁ ଦୂର କରିବା ପାଇଁ ଆପଣ ଅଧିକରୁ ଅଧିକ ପାଣି ପିଇବା ଆବଶ୍ୟକ ।
୫. ପ୍ରଦୁଷଣ : ଆଜିକାଲି ବାୟୁମଣ୍ଡଳ ଯେଉଁଭଳି ପ୍ରଦୂଷଣ ହେଉଛି ତାହା ଆଖିତଳକୁ କଳାପକାଇବାରେ ପ୍ରମୁଖ ଭୂମିକା ନେଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ସନସ୍କିନ ଲଗାଇବା ଆବ୍ୟାକ । ଏହାଦ୍ୱାରା ଆଖିତଳର କଳାଦାଗ ଦୂର ହୋଇଥାଏ ।

Leave A Reply

Your email address will not be published.

4 × 1 =