ଦୋମୁହାଁ କେଶକୁ କିପରି କରିବେ ଦୂର

ଆଜିକାଲି କେଶର ସମସ୍ୟା ସାଧାରଣତଃ ବହୁତ ଦେଖାଯାଉଛି । ସମସ୍ତେ ପ୍ରାୟ ଏହି କେଶକୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି । ଏହି ସମସ୍ୟା ମାନଙ୍କ ମଧ୍ୟରେ କେଶ ଦୋମୁହାଁ ହୋଇଯିବା ସବୁଠୁ ବଡ ସମସ୍ୟା । ଏହାର ମୁଖ୍ୟ କାରଣ ହେଉଛି କେମିକାଲ ଯୁକ୍ତ ହ୍ରୋର ପ୍ରଡକ୍ଟର ବ୍ୟବହାର କରିବା । କେଶ ସଠିକ ପୋଷଣ ଯୋଗାଇବା ପାଇଁ ଘରୋଇ ପୋଷଣର ବ୍ୟବହାର କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରିଭାବେ ରୋକିହେବ ଦୋମୁହାଁ କେଶ ।

୧. ଏକ ଗିନା ଦହିନେଇ ସେଥିରେ ଏକ ଚାମଚ ନଡିଆତେଲ, ମହୁ ଏବଂ ଅଣ୍ଡାକୁ ମିଶାଇ ଏକ ହେୟାରେ ମାସ୍କ ତିଆରି କରନ୍ତୁ । ଏହାକୁ କେଶରେ ଲଗାଇବାର ୧୫ ମିନିଟ ପରେ ଧୋଇନିଅନ୍ତୁ ।
୨. କେଶରେ ନଡିଆତେଲକୁ ମାଲିସ କରନ୍ତୁ ୪୫ ମିନିଟ ଏହାକୁ ରଖିଲା ପରେ ସାମ୍ପୁ ଏବଂ କଣ୍ଡିଶନର ଧୋଇ ନିଅନ୍ତୁ । ଏପରି କରିବା ଦ୍ୱାରା କେଶ ଡ୍ରାଏ ହୋଇନଥାଏ ।
୩. ଅମୃତଭଣ୍ଡା ଓ ଦହିକୁ ମିଶାଇ କେଶରେ ଲଗାନ୍ତୁ ଏବଂ ୩୦ ମିନିଟ ପରେ କେଶକୁ ନର୍ମଲା ପାଣିରେ ଧୋଇଦିଅନ୍ତୁ । କିଛିଦିନରେ କେଶ ଦୋ ମୁହାଁ ହେବା ବନ୍ଦ ହୋଇଯିବ ।
୪. ଏଲୋବେରା ଜେଲ କେଶ ପାଇଁ ବହୁତ ଫାଇଦାକାରୀ ହୋଇଥାଏ । ଏହାକୁ କେଶରେ ଲଗାଇ ଅଧଘଣ୍ଟା ରଖିଲା ପରେ କେଶକୁ ଧୋଇନିଅନ୍ତୁ ।

Leave A Reply

Your email address will not be published.

18 − 11 =