ଆଜି କାଲି ସକାଳେ ଗ୍ରୀନ୍ ଟି’ ପିଇବା ଏକ ସାଧାରଣ କଥା ପାଲଟି ଗଲାଣି। ପତଳା ହେବା ପାଇଁ ଆଉ ଫିଟ୍ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍ ଟି’ ପିଇବାକୁ ଭାରି ପସନ୍ଦ କରିଥାନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱାସ୍ଥ୍ୟକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଗ୍ରୀନ୍ ଟି’କୁ ଯଦି ଆପଣ ସଠିକ୍ ଭାବରେ ନ ପିଇବେ, ତେବେ ଏହା ବହୁ କ୍ଷତିକାରକ ହୋଇପାରେ। ଅନେକ ଲୋକଙ୍କର ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଅଭ୍ୟାସ ଅଛି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡିପାରେ। ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ ଗ୍ରୀନ୍ ଟି’ ପଇଲେ କ’ଣ ସବୁ ଅସୁବିଧା ହୋଇଥାଏ?
– ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା ଏସିଡ୍ ହୋଇଥାଏ ଏବଂ କିଛି ଖାଇବାକୁ ଭଲ ଲାଗେନାହିଁ । ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ଏଥିପାଇଁ ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ବଦଳରେ ଏହାକୁ ଦିନରେ ସମୟ ସମୟରେ ଅଳ୍ପ ଅଳ୍ପ କରି ପିଇବା ଉଚିତ।
– ଅତ୍ୟଧିକ ମାତ୍ରାରେ ଗ୍ରୀନ୍ ଟି’ ସେବନ କରିବା ଦ୍ୱାରା ଶରୀରରେ ଆଇରନର ଅଭାବ ଦେଖା ଦେଇଥାଏ। ଗ୍ରୀନ୍ ଟି’ରେ ଥିବା ଟ୍ୟାନିନ୍, ଖାଦ୍ୟ ପଦାର୍ଥ ଏବଂ ପୋଷକ ତତ୍ତ୍ୱରୁ ହେଉଥିବା ଆଇରନ୍ ଉତ୍ପନ୍ନରେ ବାଧା ସୃଷ୍ଟି କରେ। ଏହାର ଅତ୍ୟଧିକ ବ୍ୟବହାର ଗର୍ଭାବସ୍ଥାରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଯଦି ଆପଣ ଏହାକୁ ଅଧିକ ପିଅନ୍ତି ତେବେ ଏହା ଆପଣଙ୍କ ଗର୍ଭପାତର କାରଣ ମଧ୍ୟ ହୋଇପାରେ।
– କଫି ପରି ଗ୍ରୀନ୍ ଟି’ରେ ମଧ୍ୟ କ୍ୟାଫିନ୍ ରହିଛି। ଯଦିଓ ଏହାର ପରିମାଣ ବେଶ କମ୍ ତଥାପି ଖାଲି ପେଟରେ ଲଗାତର ଗ୍ରୀନ୍ ଟି’ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ।
– ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଭଳି ସମସ୍ୟା ହେବାସହ ଗ୍ୟାସ୍ ଭଳି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଜଳଖିଆ ଖାଇବାର କିଛି ସମୟ ପରେ ହିଁ ଗ୍ରୀନ୍ ଟି’ ପଇବା ଉଚିତ।