ଭାଇରାଲ ନ୍ୟୁଜ, ସୋସିଆଲ ମିଡିଆରେ ମହାବଳ ବାଘର ଏକ ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବାଘକୁ ଅତି ଘୃଣ୍ୟ ଶିକାରକାରୀ ଭାବରେ ବିବେଚନା କରାଯାଏ। ସେ ଏକ ଚମତ୍କାର ଶୈଳୀରେ ଶିକାର କରନ୍ତି । ଏ ଭିଡ଼ିଓରେ ବାଘଟି ଶିକାର ଖୋଜିବାକୁ ନଦୀ ଭିତରକୁ ଗଲା। ତାକୁ ପାଣିରେ ଦେଖି ଚିତାଲ ଏବଂ ମାଙ୍କଡ଼ କୋଳାହଳ କରି ଅନ୍ୟ ପ୍ରାଣୀମାନଙ୍କୁ ଚେତାବନୀ ଦେବାକୁ ଚେଷ୍ଟା କଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭାରତୀୟ ବନ ବିଭାଗର ଅଧିକାରୀ ରମେଶ ପାଣ୍ଡେ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ବାଘ ପାଣିରେ ବହୁତ ଧୀରେ ଗତି କରୁଛି । ବିନା ଶବ୍ଦରେ ବାଘ ଶିକାର ଖୋଜୁଥିଲା। ବାଘକୁ ଦେଖିବା ମାତ୍ରେ ଚିତାଲ ଏବଂ ମାଙ୍କଡ଼ ଶବ୍ଦ କରିବା ଆରମ୍ଭ କଲେ । ସେମାନେ ଅନ୍ୟ ପ୍ରାଣୀମାନଙ୍କୁ ଧ୍ୱନି ଦେଇ ସଚେତନ କରିବାକୁ ଚେଷ୍ଟା କରୁଥିଲେ । ଭିଡିଓ ସେୟାର କରି ରମେଶ ପାଣ୍ଡେ ଏକ କ୍ୟାପସନ ଦେଇଛନ୍ତି। ସେ ଲେଖିଛନ୍ତି, ‘ବାଘ ନଦୀ ପାର ହେଉଥିଲା। ତା’ପରେ ଚିତାଲ ଏବଂ ମାଙ୍କଡ଼ ଆଲାର୍ମ କଲ ଦେଉଥିଲେ। ଏହା ଦେଖିବାକୁ ମଜା ଲାଗିଲା ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ