ଆଜି ହେଉଛି ଦୀପାବଳି…

ଆଜି ହେଉଛି ଦୀପାବଳି ଆଲୋକର ପର୍ବ । କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ । ଏହି ଦିନରେ ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରାଯାଇଥାଏ । ଲୋକମାନେ ଏହି ଦିନ ପାଇଁ ଉତ୍ସାହ ସହକାରେ ପ୍ରତୀକ୍ଷା କରିଥାନ୍ତି । ଏଠାରେ ଅନ୍ଧକାର ହେଉଛି- ‘ଅଜ୍ଞାନ’ ଏବଂ ଆଲୋକ ହେଉଛି -‘ଜ୍ଞାନ’।

ହିନ୍ଦୁ ଧର୍ମ ଅନୁସାରେ ରାମ ଓ ସୀତା ୧୪ ବର୍ଷ ପରେ ବନବାସରୁ ଅଯୋଧ୍ୟାକୁ ଫେରିଥିଲେ । ଅଯୋଧ୍ୟାର ଲୋକେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଇତ୍ୟାଦି ପ୍ରଜ୍ଜଳିତ କରିଥିଲୋ । ସେହିପରଠାରୁ ଏହିଦିନକୁ ପ୍ରତି ବର୍ଷ ଦୀପାବଳି ପର୍ବ ଭାବେ ପାଳନ କରାଯାଏ । ଏହି ଦିନଟିରେ ଦୀପ , ଆଲୋକ, ମହମବତୀ ଇତ୍ୟାଦି ପ୍ରଜ୍ଜଳନ କରି ଧୁମଧାମର ସହ ପାଳନ କରାଯାଇଥାଏ ।
ଶିଖ ଧର୍ମରେ ଏହା ହେଉଛି ଏକ ପବିତ୍ର ଦିନ । ଏହି ଦିନ ୧୫୭୭ ମସିହାରେ ଗୋଲ୍ଡେନ ଟେମ୍ପୁଲ ର ମୁଳଦୂଆ ପକାଯାଇଥିଲା ।


ଦୀପାବଳି ଦିନରେ ମା ଲକ୍ଷ୍ମୀଙ୍କୁ ପୂଜାକରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ରହିଥାଏ । କୁହାଯାଏ ଯେ, ଦୀପାବଳିରେ ଝିଟିପିଟି, ଗାଇ, ବିଲେଇ, ପେଚା ଇତ୍ୟାଦିଙ୍କୁ ଦେଖିଲେ ଶୁଭ ହୋଇଥାଏ ।

Leave A Reply

Your email address will not be published.