You are currently viewing ତ୍ଵଚାରେ ଚମକ ଆଣେ ହଳଦୀ

ତ୍ଵଚାରେ ଚମକ ଆଣେ ହଳଦୀ

ଆରମ୍ଭ ହୋଇସାରିଲାଣି ଖରାଦିନ । ପ୍ରଚଣ୍ଡ ଖରା ଅନୁଭୂତ ହେଉଛି । ଏହି ଖରା ସମୟରେ ନିଜ ଶରୀରର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ । ଏହି ଋତୁ ରେ ଅନେକ ତ୍ଵଚା ଜନିତ ସମସ୍ୟା ଦେଖାଯାଇଥାଏ। ଖରାଦିନେ ହଳଦୀ ପାଣିରେ ସ୍ନାନ କଲେ ଏହା ତ୍ୱଚା ପାଇଁ ବହୁତ ଫାଇଦାକାରୀ ସାବ୍ୟସ୍ତ ହୋଇଥାଏ । ହଳଦୀର ବ୍ୟବହାର ସାଧାରଣତଃ ରୋଷେଇରେ ମସଲା ରୂପେ କରାଯାଇଥାଏ । କିନ୍ତୁ ସେହି ହଳଦୀକୁ ଅନେକ ଲୋକ ସୁନ୍ଦରତା ବଢ଼ାଇବା ପାଇଁ ମଧ୍ୟ ବ୍ୟବହାର କରିଥାଆନ୍ତି ।

କିନ୍ତୁ କ’ଣ ଆପଣ ଜାଣନ୍ତିକି ହଳଦୀ ପାଣି ଆପଣଙ୍କ ସ୍କିନକୁ ଅନେକ ସମସ୍ୟା ଠାରୁ ଦୂରେଇ ରଖିଥାଏ ? ଆଜି ଆମେ ଆପଣଙ୍କୁ କହିବୁ ଯେ, ହଳଦୀ ପାଣିରେ ଗାଧୋଇବା ଦ୍ଵାରା ଆମ ଶରୀରକୁ କ’ଣ କ’ଣ ସବୁ ଫାଇଦା ମିଳିଥାଏ ।
୧. ଯଦି ଆପଣ ଚର୍ମ ଯନିତ ସମସ୍ୟାରେ ପିଡୀତ ଅଛନ୍ତି ତେବେ ହଳଦୀ ପାଣିରେ ଗାଧୋଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ହଳଦୀରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟିଇନଫ୍ଲୋମେଟାରୀ ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ଆପଣଙ୍କୁ ଚର୍ମ ରୋଗଠାରୁ ଦୂରେଇ ରଖେ ।
୨. ହଳଦୀ ଆପଣଙ୍କ ମୁହଁରେ ଥିବା ବ୍ରଣ ଓ ଦାଗକୁ ଦୂର କରିବା ସହ ତ୍ୱଚାକୁ ସଫା ମଧ୍ୟ କରିଥାଏ ।
୩. ଯଦି ଶରୀରର କୌଣସି ସ୍ଥାନରେ ଆଘାତ ବାଜି ଖଣ୍ଡିଆ ହୋଇାଇଥାଏ ତେବେ ନିୟମିତ ହଳଦୀ ପାଣିରେ ଗାଧୋଇଲେ ଏହା ବହୁତ ଜଲଦି ଠିକ ହୋଇଯାଇଥାଏ

ଅନ୍ୟମାନଙ୍କୁ ଜଣାନ୍ତୁ।