You are currently viewing ତରଭୂଜ ଆଣିବ ତ୍ୱଚାରେ ଚମକ

ତରଭୂଜ ଆଣିବ ତ୍ୱଚାରେ ଚମକ

ସମସ୍ତେ ଚାହାନ୍ତି ନିଜ ତ୍ୱଚାକୁ ସୁନ୍ଦର କରିବା ପାଇଁ । କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟ ପେୟର ଅସ୍ଥିରତା ହେତୁ ବହୁତ ଗୁଡିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ପ୍ରଭାବ ତ୍ୱଚା ଉପରେ ମଧ୍ୟ ପଡିଥାଏ । ଯାହାଦ୍ୱାରା ତ୍ୱଚାର ଚମକ ଗାଏବ୍ ହୋଇଯାଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତିକି ତରଭୂଜର ଫେସିଆଲ ଆପଣଙ୍କ ତ୍ୱଚାରେ ଚମକ ଆଣିଥାଏ । ଖାଇବା ସହ ମୁହଁରେ ତରଭୂଜର ଫେସିଆଲ ଲଗାଇବା ଦ୍ୱାରା ଆପଣଙ୍କୁ ଏହା ବହୁତ ଫାଇଦା ଦେଇଥାଏ । ଯଦି ଗରମରେ ଆପଣ ପାର୍ଲର ଯାଇପାରୁନାହାନ୍ତି ତେବେ ଆପଣ ଏହି ଫଳରୁ ଫେସିଆଲ ତିଆରି କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ତରଭୂଜ ଫେସିଆଲ କରିବା ଆବଶ୍ୟକ ।

ତରଭୂଜରେ ସାଧାରଣତଃ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ ଓ ମିନେରାଲସ ଭରପୁର ମାତ୍ରାରେ ଥାଏ । ଏହା ଆପଣଙ୍କ ସ୍କିନ ପାଇଁ ବହୁତ ଫାଇଦାକାରୀ ହୋଇଥାଏ । ପ୍ରଥମେ ତରଭୂଜରେ ନଡିଆ ତେଲ ମିଶାଇ ନିଜ ମୁହଁରେ ଲଗାଇ ମୁହଁକୁ ସଫା କରନ୍ତୁ ।
ଏହାପରେ ୨ ଚାମଚ ତରଭୁଜ ରସରେ ୧ଚାମଚ ଚାଉଳ ଗୁଣ୍ଡ ମିଶାଇ ସ୍କ୍ରବ୍ ତିଆରି କରନ୍ତୁ । ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରେ ଥିବା ଡେଡ୍ ସ୍କିନ ନଷ୍ଟ ହୋଇଯାଇଥାଏ ।
ଏହାପରେ ୧ଚାମଚ ତରଭୂଜ ରସରେ ମହୁ ଏବଂ ଲେମ୍ବୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ କ୍ରୀମ ଭାବରେ ମୁହଁରେ ଲଗାଇବା ଆବଶ୍ୟକ ।
ଶେଷରେ ତରଭୂଜ ରସରେ ବେସନ ଓ କ୍ଷୀର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇବାର ୧୫ ମିନିଟ୍ ପରେ ସଫା ପାଣିରେ ମୁହଁକୁ ଧୋଇନିଅନ୍ତୁ । ସପ୍ତାହକୁ ଥରେ ଏପରି କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।