ଓଡ଼ିଶାରେ ଆଉ ୪ଟି ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଓଡ଼ିଶାର ଆଉ ୪ଟି ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାଜପୁରର ମା’ ବିରଜା ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ମନ୍ଦିର, ଗଞ୍ଜାମର ମା’ ତାରା-ତାରିଣୀ ମନ୍ଦିର ଏବଂ ନୟାଗଡ଼ର ଶ୍ରୀନୀଳମାଧବ ମନ୍ଦିର ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ପର୍ଯ୍ୟଟକଙ୍କ ଭିଡ ଜମୁଥିବା ସହ ଓଡ଼ିଶା ଇତିହାସରେ ଥିବା ଗୁରୁତ୍ୱକୁ ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ୪ଟି ମନ୍ଦିର ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ରାଜ୍ୟବାସୀଙ୍କ ବୃହତ ଧାର୍ମିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଭାବାବେଗ ସହ ଯୋଡ଼ି ହୋଇ ରହିଥିବା ଯାଜପୁର, ସମ୍ବଲପୁର, ଗଞ୍ଜାମ ଏବଂ ନୟାଗଡ଼ର ଏହି ପ୍ରତୀକାତ୍ମକ ମନ୍ଦିରଗୁଡ଼ିକ ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଦୀର୍ଘ ଦିନର ଆବଶ୍ୟକତାକୁ ଧ୍ୟାନରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ଆଇନ – ୧୯୫୫ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ – ୨୦୨୦ ଭଳି ରାଜ୍ୟର ୪ଟି ପ୍ରସିଦ୍ଧ ମନ୍ଦିରର ଶାସନ ଏବଂ ପରିଚାଳନାରେ ସଂସ୍କାର ଆଣିବା ପାଇଁ ସମାନ ଅଧ୍ୟାଦେଶ ଆଣିବାକୁ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି |

Leave A Reply

Your email address will not be published.