କରୋନା କବଳରେ ଭଦ୍ରକ ସାଂସଦ

ଭୁବନେଶ୍ୱର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏ ନେଇ ସେ ନିଜେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ଯେ କୋଭିଡ଼ ଟେଷ୍ଟ କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ ଆସିଛି । ଏହାସହ ସେ ଏବେ ଘରୋଇ ସଙ୍ଗରୋଧ ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ଼ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ମଧ୍ୟ କରୋନା ହୋଇଛି ।

Leave A Reply

Your email address will not be published.