ଜୋରଦାର ହେବ ଗାଡ଼ି ଚେକିଙ୍ଗ!

ଭୁବନେଶ୍ୱର, ଗାଡ଼ିଚାଳକ ସାବଧାନ । ଆସନ୍ତା ୨୦୨୧ ଜାନୁଆରୀ ମାସ ପହିଲାରୁ ଟ୍ରାଫିକ୍ ଚେକିଂ କଡ଼ାକଡ଼ି ହେବ । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ପାଇଁ ଚେକିଂରେ କୋହଳ କରାଯାଇଥିବା ବେଳେ ଏବେ ପୁଣି ଯାଞ୍ଚ ଆରମ୍ଭ ହେବାର ଯୋଜନା ହେଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.