You are currently viewing ଅଯୋଗ୍ୟ ଭୋଟର ପାଇଲେ ପୋଷ୍ଟାଲ ଵାଲାଟ!

ଅଯୋଗ୍ୟ ଭୋଟର ପାଇଲେ ପୋଷ୍ଟାଲ ଵାଲାଟ!

  • Post category:ଓଡିଶା
  • Reading time:1 mins read

ବାଲେଶ୍ଵର, ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ଅଯୋଗ୍ୟ ଭୋଟର ପୋଷ୍ଟାଲ ଵାଲାଟ ପାଇଥିବା ଖବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆସିଛି ।ଏ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ରିପୋର୍ଟ ଆସନ୍ତା କାଲି ସକାଳ ସୁଧା ତୁରନ୍ତ ଦେବା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।ରିପୋର୍ଟ ପାଇଲା ପରେ ତର୍ଜମା କରାଯାଇ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।