You are currently viewing ଆଜି କାଲି ଦୁଇଦିନ ବନ୍ଦ ହାଇକୋର୍ଟ

ଆଜି କାଲି ଦୁଇଦିନ ବନ୍ଦ ହାଇକୋର୍ଟ

କଟକ, ଓଡ଼ିଶା ହାଇକୋର୍ଟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ହାଇକୋର୍ଟ । ଆଜି ବିଚାର ହେବାକୁ ଥିବା ମାମଲା ୨୩ରେ ହେବ । ୨୨ରୁ ୨୫ ତାରିଖ ଯାଏଁ ଥିବା ଜାମିନ ଆବେଦନର ଶୁଣାଣି ୨୪,୨୫, ୨୮ ଓ ୨୯ ତାରିଖରେ ହେବ ବୋଲି ସୂଚନା ମିଳିଛି । ତେବେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।