You are currently viewing ଆଜି ୧୨ ଜୀବନ ନେଲା ମହାମାରୀ କରୋନା
Hyderabad: Medical workers attend to a suspected coronavirus patient (L), who travelled from Dubai, as he is shifted to the isolation ward of Gandhi Hospital, in Hyderabad, Thursday, March 19, 2020. (PTI Photo)(PTI19-03-2020_000132B)

ଆଜି ୧୨ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର, ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କଟକ, ଯାଜପୁର, ନବରଙ୍ଗପୁର,ମାଲକିନଗିରି, ପୁରୀ, ରାୟଗଡା, ସୁନ୍ଦରଗଡ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।