You are currently viewing କରୋନା ଟେଷ୍ଟିଂ ରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ

କରୋନା ଟେଷ୍ଟିଂ ରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ

  • Post category:ଓଡିଶା
  • Reading time:1 mins read

ସାରା ଦେଶରେ କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଟେଷ୍ଟିଂ ଦ୍ୱାରା ହିଁ ଏହି ମହାମାରୀର ମୁକାବିଲା କରାଯାଇପାରିବ ବୋଲି ସାରା ଦେଶରେ ଟେଷ୍ଟିଂ ର ପରିମାଣ ବଢ଼ିଛି। ତେବେ ଦେଶରେ ଦୈନିକ କରୋନା ଟେଷ୍ଟିଂ ମାମଲାରେ ୨ୟ ସ୍ଥାନ ଅଧିକାର କରିଛି ଓଡିଶା । ପ୍ରତି ୧୦ ଲକ୍ଷରେ ନମୁନା ପରୀକ୍ଷାରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ନମୁନା ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିଛି ଗୋଆ । ଜାତୀୟ ହାରଠାରୁ ଓଡିଶାରେ ଅଧିକ ନମୁନା ପରୀକ୍ଷା ହେଉଛି । ବଡ ବଡ ରାଜ୍ୟ ତୁଳନାରେ ବହୁ ଆଗରେ ରହିଛି ଓଡିଶା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।