You are currently viewing କରୋନା ସଂକ୍ରମିତଙ୍କୁ ବେଖାତିର: ହସ୍ପିଟାଲ ଯିବା ନିମେନ୍ତ ଚାଲିଚାଲି ଗଲେ ଦେଢ଼ କିମି

କରୋନା ସଂକ୍ରମିତଙ୍କୁ ବେଖାତିର: ହସ୍ପିଟାଲ ଯିବା ନିମେନ୍ତ ଚାଲିଚାଲି ଗଲେ ଦେଢ଼ କିମି

  • Post category:ଓଡିଶା
  • Reading time:1 mins read

ଢେ଼ଙ୍କାନାଳ, ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ଗତକାଲି ୮୯ଜଣ କରୋନା ପଜେଟିଭ ଚିହ୍ନଟ ହେବାପରେ, ଆଜି ସେମାନଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ନୂଆ ଭୁବନର ୧୫ଜଣ ଆକ୍ରାନ୍ତ ଅଛନ୍ତି । ଉକ୍ତ ୧୫ଜଣ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲକୁ ନେବା ପାଇଁ ସୂଚନା ଦିଆଯାଇଥିଲା । କିନ୍ତୁ ସେମାନଙ୍କ ଘର ପାଖୁ ନଆଣି, ଯାତ୍ରାପଡ଼ିଆ ନିକଟରୁ ଆଣିବାର ବ୍ୟବସ୍ଥା କରାଯାଇଥିଲା । ଯାହାଦ୍ୱାରା ସମସ୍ତ କରୋନା ଆକ୍ରାନ୍ତ ଦେଢ଼ କିମି ଅତିକ୍ରମ କରି ଚାଲିଚାଲି ଯାତ୍ରାପଡ଼ିଆ ନିକଟରେ ପହଞ୍ଚିଥିଲେ । ସବୁଠାରୁ ବଡ଼ କଥା ହେଲା ସେ ଯାତ୍ରାପଡ଼ିଆରେ ସ୍ଥାନୀୟ ପରିବା ହାଟ ବସେ ।

ତେଣୁ ସ୍ଥାନୀୟଲୋକ ଏବଂ ବୁଦ୍ଧିଜିବୀଙ୍କ କହିବା ମୂତାବକ, ଯଦି ସମସ୍ତ ଆକ୍ରାନ୍ତ ସେ ହାଟ ଦେଇ ଆସିଛନ୍ତି, ତେବେ ଆଗାମୀ ଦିନରେ ସେହି ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ । ଏନେଇ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦରକାର । ଆଗରୁ ଜିଲ୍ଲାରେ କରୋନା ଦିଗପ୍ରତି ଧ୍ୟାନ ଦିଆଯାଇ, ସଠିକ୍ ପନ୍ଥା ଅବଲମ୍ବନ କରାଯାଉଥିଲେ ହେଁ, ଏବେ ଏହାପ୍ରତି ବେଖାତିର ମନୋଭାବକୁ ନେଇ ଉଭୟ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।