You are currently viewing କରୋନା ସମୟରେ ନିର୍ବାଚନକୁ ନେଇ ଆସିଲା ଗାଇଡ ଗାଇଡଲାଇନ୍

କରୋନା ସମୟରେ ନିର୍ବାଚନକୁ ନେଇ ଆସିଲା ଗାଇଡ ଗାଇଡଲାଇନ୍

ନୂଆଦିଲ୍ଲୀ, କରୋନା ମହାମାରୀ ସମୟରେ ନିର୍ବାଚନ ଓ ଉପନିର୍ବାଚନ ପାଇଁ ଆସିଲା ଗାଇଡଲାଇନ୍ । ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଜଡିତ ବ୍ୟକ୍ତି ମାସ୍କ ବ୍ୟବହାର କରିବେ । ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ଉପଲବ୍ଧ ରହିବ । କୋଭିଡ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରାଯିବ । କୋଭିଡ ନିୟମ ପାଳନ ସହ ପୁଲିଂ ଅଧିକାରୀଙ୍କୁ ଗାଡିରେ ନିଆଯିବ । କୋଭିଡ ନିୟମର ତଦାରଖ କରିବା ନେଇ ନୋଡାଲ ଅଫିସର ରହିବେ ।

ସେହିପରି ବଡ କୋଠରୀରେ ଇଭିଏମ ଓ ଭିଭିପ୍ୟାଟର ଯାଞ୍ଚ କରାଯିବ । ଇଭିଏମ, ଭିଭିପ୍ୟାଟ ଦାୟିତ୍ୱରେ ଥିବା ଅଧିକାରୀ ଗ୍ଲୋଭସ ବ୍ୟବହାର କରିବେ । ଅନଲାଇନରେ ନାମାଙ୍କନ ପତ୍ର ଓ ସତ୍ୟପାଠ ଦାଖଲର ବ୍ୟବସ୍ଥା ରହିବ । ସିଇଓ /ଡିଇଓ ୱେବସାଇଟରେ ଫର୍ମ ଉପଲବ୍ଧ ହେବ । ପ୍ରାର୍ଥୀଙ୍କ ସମେତ ମାତ୍ର ୫ ଜଣ ଡୋର ଟୁ ଡୋର କ୍ୟାମ୍ପେନ କରିବେ । ରୋଡ ସୋ ଓ ସଭା ପାଇଁ ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଅନୁମତି ଦେବେ । ପ୍ରାର୍ଥିପତ୍ର ଦାଖଲ ବେଳେ ମାତ୍ର ୨ ଜଣ ପ୍ରାର୍ଥୀଙ୍କ ସହ ଯିବେ ଏବଂ ମାତ୍ର ୨ଟି ଗାଡ଼ି ବ୍ୟବହାର କରିପାରିବେ । ପ୍ରତି ବୁଥ୍‌ରେ ୧୫୦୦ ବଦଳରେ ୧୦୦୦ ଭୋଟର ଭୋଟ ଦେବେ । ଭୋଟଦାନ ପୂର୍ବରୁ ସମସ୍ତଙ୍କ ଶରୀରର ତାପମାତ୍ରା ଚେକ୍ କରାଯିବ । ନିର୍ବାଚନର ଦିନକ ପୂର୍ବରୁ ପ୍ରତି ବୁଥ୍ ସାନିଟାଇଜ କରାଯିବ । ନିର୍ବାଚନ ଅଧିକାରୀ ସାମାଜିକ ଦୂରତା ରକ୍ଷା କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।